କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପଥର ରେ ନିର୍ମିତ ଓଡ଼ିଆର କଳା ସଂସ୍କୃତି ଓ ଭାସ୍କର୍ଯ୍ୟକୁ ବୁଲି ଦେଖିଲେ ହାଇକୋର୍ଟ ମୁଖ୍ୟବିଚାରପତି

ଆଜି କୋଣାର୍କ ମନ୍ଦିର ର ନିହାଣ ମୁନରେ ପଥରରେ ନିର୍ମିତ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ର ଚିତ୍ର ବୁଲି ଦେଖିଲେ ଓଡିଶା ହାଇକୋର୍ଟ ର ମୁଖ୍ୟବିଚାର ହରିଶ ଟଣ୍ଡନ। ମୁଖ୍ୟବିଚାରପତି ଓ ତାଙ୍କ ପରିବାର କୋଣାର୍କ ରେ ପହଞ୍ଚିବା ପରେ କୋଣାର୍କ ସ୍ଥିତ ଯାତ୍ରୀନିବାସରେ କୋଣାର୍କ j m f c କୋର୍ଟ ର ବିଚାରପତି ସିତେଶ କୁମାର ମହାନ୍ତି ଙ୍କ ଉପସ୍ଥିତି ରେ ଗାର୍ଡ ଅଫ ଅନର ଦିଆଯିବା ପରେ ସେମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯାଇଥିଲେ।

ମୁଖ୍ୟ ବିଚାରପତି କୋଣାର୍କ ଆଗମନକୁ ରଖି ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ପୁରୀ adm ପ୍ରୋଟୋକଲ ନୀଳମାଧଵ ଭୋଇ ଙ୍କ ତତ୍ୱାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ନିଜେ ପୁରୀ ଅତିରିକ୍ତ ଏସ ପି ସଚିନ ପଟେଲ ଙ୍କ ନିମାପଡ଼ା sdpo ଓ ଦୁଇଜଣ ଆଇ ଆଇ ସି ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ର କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ନିର୍ଦେଶରେ ଗାଇଡ଼ ବିଶେଶ୍ୱର ଦାସ ମନ୍ଦିର ର କାରୁକାର୍ଯ୍ୟ, ନିର୍ମାଣ ଶୈଳୀ ଓ ଚିତ୍ର ମାଧ୍ୟମରେ ଥିବା ନାରୀ ସଶକ୍ତିକରଣ, ଓଡ଼ିଆ ଘରର ଚାଲିଚଳଣି ସେ ସବୁ କୁ ବୁଝି ବିମୋହିତ ହୋଇଥିଲେ।