କୋଭିସିଲ୍ଡରୁ ସାଇଡ୍ ଇଫେକ୍ଟ; ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଆଶଙ୍କା

କରୋନା ମହାମାରୀ ସମୟରେ ନେଇଥିବା ଟିକା କୋଭିସିଲ୍ଡ ଭ୍ୟାକ୍ସିନକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି। କୋଭିସିଲ୍ଡ ଟିକା ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରୋଜେନିକା ବଡ ଖୁଲାସା କରିଛି। କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ, କିନ୍ତୁ ଏଭଳି ମାମଲା ସଂଖ୍ୟା ବହୁତ କମ ବୋଲି ଦାବି କରାଯାଇଛି।ଅଦାଲତରେ ଦାଖଲ କରିଥିବା ନିଜ ଦସ୍ତାବିଜରେ କମ୍ପାନି ପ୍ରଥମ ଥର ପାଇଁ ଖୁଲାସା କରିଛି ଯେ କୋଭିଡ-୧୯ ଟିକା ଦ୍ୱାରା ‘ଟିଟିଏସ୍‌ ବା ଥ୍ରମ୍ବୋସିସ୍‌ ୱିଥ୍‌ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍‌’ ଭଳି ବିରଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ । ଯାହା ଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକର କାରଣ ସାଜିପାରେ ।

ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ନିଜ ଟିକାକୁ ଅନେକ ଦେଶରେ କୋଭିସିଲ୍ଡ ଏବଂ ଭାକ୍ସଜେଭ୍‌ରିଆ ବ୍ରାଣ୍ଡ୍‌ ନାମରେ ବିକ୍ରି କରିଥିଲା । କରୋନା ଭୂତାଣୁରୁ ସୁରକ୍ଷା ନିମନ୍ତେ ଭାରତରେ ବହୁଳ ଭାବେ କୋଭିସିଲ୍ଡ ଟିକା ବ୍ୟବହୃତ ହୋଇଥିଲା । ଏବେ ଏଥିରେ ଟିଟିଏସ୍‌ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ ଜଣାପଡ଼ିଛି । ଟିଟିଏସ୍‌ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍‌ କ୍ଲଟ୍‌’ କୁହାଯାଏ । ବ୍ଲଡ୍‌ କ୍ଲଟ୍‌ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍‌ ଶରୀରରେ ପ୍ଲେଟ୍‌ଲେଟ୍‌ସ କମିବାର କାରଣ ସାଜିପାରେ ।