କୋଭିସିଲ୍‌ଡ ଟୀକା ବିରୋଧରେ ଆଭିଯୋଗ ଆଣିଲେ ଦମ୍ପତି

କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକା ବିରୋଧରେ ମକଦ୍ଦମା ଦାୟର କରିବାକୁ ଯାଉଛନ୍ତି। ଏହି ଟୀକା ରକ୍ତ ଜମାଟ ବାନ୍ଧିବା ସହ କମ୍ ପ୍ଲାଲେଟ୍ ଗଣନା କରିବା ପରି ବିରଳ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ ବୋଲି ବ୍ରିଟେନର କୋର୍ଟ ଡକ୍ୟୁମେଣ୍ଟରେ ଆଷ୍ଟ୍ରା ଜେନେକା ସ୍ବୀକାର କରିବା ପରେ ଏହି ଅଭିଯୋଗ ଆସିଛି।

ଆଷ୍ଟ୍ରାଜେନେକା ଟୀକା ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା ‘କୋଭିସିଲ୍‌ଡ’ ନାମରେ ନିର୍ମିତ ହୋଇଥିଲା ଏବଂ ଏଠାରେ ବ୍ୟାପକ ଭାବରେ ବ୍ୟବହୃତ ବି ହୋଇଥିଲା। ତେବେ ଏହି ବିଷୟରେ ଏଯାଏ ଏସ୍‌ଆଇଆଇ କୌଣସି ମନ୍ତବ୍ୟ ଦେଇନାହିଁ।ଭେନୁଗୋପାଲାନ ଗୋବିନ୍ଦନଙ୍କ ୨୦ ବର୍ଷର ଝିଅ କରୁଣ୍ୟା ୨୦୨୧ରେ ମୃତ୍ୟୁ ବରଣ କରିଥିଲେ। ସେ କହିଛନ୍ତି ଯେ କମ୍ପାନୀ ଏହାର ଭୁଲକୁ ଗ୍ରହଣ କରିବାରେ ବହୁ ବିଳମ୍ବ ହୋଇଛି। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଭେନୁଗୋପାଲାନ କହିଛନ୍ତି ଯେ ଯେତେବେଳେ ୧୫ଟି ୟୁରୋପୀୟ ଦେଶ ରକ୍ତ ଜମାଟ ବାନ୍ଧିବା କାରଣରୁ ଆଷ୍ଟ୍ରା ଜେନେକାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେରମ ଇନଷ୍ଟିଚ୍ୟୁଟ ସେହି ସମୟରେ ଟିକା ଯୋଗାଣ ବନ୍ଦ କରିବା ଉଚିତ। ସେ କହିଛନ୍ତି ଯେ ଅସୁବିଧାଜନକ ତଥା ନିରାଶ୍ରୟ ପିତାମାତା ବର୍ତ୍ତମାନ କୋର୍ଟରେ ନ୍ୟାୟ ପାଇଁ ଲଢୁଛନ୍ତି, କିନ୍ତୁ ସେମାନଙ୍କ ଶୁଣାଣି ହେଉନାହିଁ। କୋଭିଡ ମହାମାରୀ ସମୟରେ ଅନେକ ୟୁରୋପୀୟ ଦେଶରେ ଆଷ୍ଟ୍ରା ଜେନେକା ଟିକା ଉପରେ ପ୍ରଶ୍ନ ଉଠିଥିଲା।