କୋମନା ଏନଏସି ଓ ଖରିଆର ରୋଡକୁ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ବଡ଼ ଘୋଷଣା । ପ୍ରଥମେ ଜିଲ୍ଲାକୁ ୧୧୦୧ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିବା ବେଳେ କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା (ଏନ୍‌ଏସ୍‌ସି )
ତେବେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍‌ଘାଟନ ହୋଇଛି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।

ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହେବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ଜାତୀୟ ନିର୍ବାଚନ କମିସନ । ତେବେ ନିର୍ବାଚନ ତାରିଖ ଏଯାଏଁ ଘୋଷଣା କରାଯାଇନି ।