କୋର୍ଟରେ ହାଜର ହେଲେନି, ସମୟ ମାଗିଲେ ଅନୁଭବ

ହାଜର ହେଲେ ନାହିଁ ଅନୁଭବ ମହାନ୍ତି । ହୋଇପାରିଲାନି ଚାର୍ଜ ଫ୍ରେମ୍। ଅନୁଭବ ଓ ଦୁଇ ସହଯୋଗୀ ଆଜି ହାଜର ହେବାକୁ ନିର୍ଦ୍ଦେଶ ଥିଲା । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ । କୋର୍ଟ ଆବେଦନକୁ ଗ୍ରହଣ କରି ସମୟ ଦେଲେ । ତେଣୁ ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋଟୟରେ ହାଜର ହେବେ ବୋଲି ସୂଚନା ରହିଛି ।

ବର୍ଷାାଙ୍କ ଦ୍ୱାରା ଦାଏର ମାମଲାର ଉପରେୀ ଆଜି କୋର୍ଟ ଚାର୍ଜୋଫ୍ରମ କରିବାର ଥିଲା ।ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ। ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।