କ୍ଷୀର ପିଇବା ଶରୀର ପାଇଁ କେତେ ଉପକାରୀ ଅଟେ |

ଆମେ ପ୍ରାୟତଃ ସବୁବେଳେ ଶୁଣିଥାଉ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକଙ୍କର ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌‌ କ୍ଷୀର ପିଇବାର ଅଭ୍ୟାସ ରହିଛି।ବିଶେଷଜ୍ଞ ମତରେ ଯେଉଁ ଲୋକମାନେ କେବଳ ଶାକାହାରୀ ଖାଦ୍ୟ ଖାଇଥାନ୍ତି, ସେମାନେ ପ୍ରତିଦିନ କ୍ଷୀର ପିଇବା ଉଚିତ। କ୍ଷୀର ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। କାରଣ ଏଥିରେ ସର୍କରା ରହିଥାଏ। ଯାହାକୁ ଲାକ୍ଟୋସ କୁହାଯାଏ।

ଏହା ଶରୀରକୁ ଯିବା ଫଳରେ କିଛି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ଆମ ଦେଶରେ ସବୁଠାରୁ ଗାଈ କ୍ଷୀର ଅଧିକ ବ୍ୟବହାର ହୋଇଥାଏ। ଏହା ପରେ ମଇଁଷି କ୍ଷୀର। କ୍ୟାଲୋରୀ ହିସାବରେ ଦେଖିଲେ ୧୦୦ ଗ୍ରାମ ଗାଈ କ୍ଷୀରରେ ୬୮ ପ୍ରତିଶତ କ୍ୟାଲୋରୀ ରହିଥିବା ବେଳେ ୧୦୦ ଗ୍ରାମ ମଇଁଷି କ୍ଷୀରରେ ୧୧୭ କ୍ୟାଲୋରୀ ରହିଥାଏ। ଏଥିପାଇଁ ଲୋକମାନେ ଗାଈ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି।