କ୍ୟାନସର ପୀଡିତଙ୍କ ପାଇଁ ଖୁସି ଖବର। ଏହି ଔଷଧ କ୍ୟାନସର କୁ ସମ୍ପୂର୍ଣ ଠିକ୍ କରିପାରେ।

ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର । ସବୁ ରୋଗୀ କ୍ୟାନସରମୁକ୍ତ ହୋଇଛନ୍ତି।

ସୂଚନା ମୁତାବକ ସେମାନଙ୍କୁ ଦିଆଯାଇଥିଲା ଦୋସ୍ତାରଲିମାବ ନାମକ ଏକ ଔଷଧ । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଶରୀର ରୁ ନଷ୍ଟ ହୋଇ ଯାଇଥିଲା। କିନ୍ତୁ ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।

କାରଣ କ୍ୟାନସର ରେ ଲକ୍ଷ ଲକ୍ଷ ରୋଗୀ ମରୁଛନ୍ତି ଯାହା ଏହି ଔଷଧ ସେମାନଙ୍କ ମୁଁହ ରେ ଖୁସି ଆଣି ଦେବ। ଭବିଷ୍ୟତ ରେ ଏହି ଔଷଧ ର ଉନ୍ନତି କରଣ ହୋଇ ସାଧାରଣ ଲୋକ ଙ୍କୁ ଆରୋଗ୍ୟ କରିପାରିବ।