କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ
କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ । ରାଜମହଲରୁ ଏଜି ଛକ ଯାଏ ରାସ୍ତା ସମ୍ପୁର୍ଣ୍ଣ ଜାମ ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ କିଛି ଦିନ ତଳେ ଅନଲାଇନ ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘର ଜଣେ ଚାଳକକୁ ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପ୍ରତିବାଦରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛନ୍ତି । ଦୋଷୀକୁ ପୋଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଥିବାର ଅଭିଯୋଗରେ ଆନ୍ଦୋଳନ କରାଯାଇଛି ।
