ଖଇରପୁଟ କଦମଗୁଡା ଆଶ୍ରମ ସ୍କୁଲରେ ଭୂତ ଭୟ ।

ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ବିଚିତ୍ର ଦୃଶ୍ୟ। ଭୂତ ଭୟରେ ଖାଲି ହୋଇଯାଇଛି ଆଶ୍ରମ ବିଦ୍ୟାଳୟ। ଆଶ୍ରମରେ ଥିବା ୬୪ ଛାତ୍ରୀଙ୍କୁ ଅନତ୍ର ସ୍ଥାନାନ୍ତର କରାଯାଇଛି। ଭୂତ ଭୟରେ ୫ ଛାତ୍ରୀ ଅସୁସ୍ଥ ହେବା ସୂଚନା।

ସମସ୍ତ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସରେ ସ୍ଥାନାନ୍ତର କରାଯାଇଛି |ଗାଁରେ ବୈଠକ ପରେ ଆଶ୍ରମରେ ପୂଜାପାଠ କରିବା ପରେ ଛାତ୍ରୀଙ୍କୁ ପୁଣି ଥରେ ଆଶ୍ରମ ବିଦ୍ୟାଳୟକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଗ୍ରାମବାସୀ ଓ ପ୍ରଧାନଶିକ୍ଷକ ।