ଖାଦ୍ୟ ଅଜୀର୍ଣ୍ଣ ର ଉପଚାର

ଖାଦ୍ୟ ଠିକ୍ ଭାବରେ ହଜମ ନହେଲେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଏ ।ଆବଶ୍ୟକ ଠାରୁ ଅଧିକ ଖାଇବା , ଇଚ୍ଛା ନ ଥାଇ ଖାଇବା,ଅନିୟମିତ ଭୋଜନ , ବାରମ୍ବାର ଖାଇବା ,ଅଧିକ ଉପବାସ ରହିବା ଏବଂ ଅଧିକ ତେଲ ମସଲାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଏପରି ଆଶଙ୍କା ରହିଛି ।ଏଥି ପାଇଁ କେତେକ ଘରୋଇ ଉପଚାର ରହିଛି ଯାହା ଦ୍ଵାରା ଆପଣ ଏଥିରୁ ଉପଶମ ପାଇପାରିବେ ।

ଖାଇସାରିବା ପରେ ଏକ ଚାମଚ ଅଦା ରସରେ ଲେମ୍ବୁ ଏବଂ ମହୁ ମିଶାଇ ଖାଇବା। ପ୍ରତିଦିନ ନିମ୍ବପତ୍ର ରସ ସେବନ କରନ୍ତୁ ।ଏହା ଦ୍ବାରା ପାଚନ କ୍ରିୟାରେ ଆହୁରି ଦୃଢ଼ ହୋଇଥାଏ ।ଏହି ସମୟରୁ ଦୂରେଇ ରହିବାକୁ ହେଲେ ଅତି କମ ରେ ରାତି ୧୦ଟା ରାତି ପୂର୍ବରୁ ରାତ୍ର ଭୋଜନ ସରିଦିଆନ୍ତୁ ।

ଏହା ପରେ କିଛି ସମୟ ପରେ ବଜ୍ରାସନ କରନ୍ତୁ କିମ୍ବା ବାହାରେ ବୁଲି ଆସନ୍ତୁ ।ବାନ୍ତି ହେଉଥିଲେ ଅଦା ରସ ଓ ଲେମ୍ବୁ କୁ ସମଭାଗରେ ନେଇ ଏହାକୁ ଅଧା କପ୍ ପାଣିରେ ମିଶାଇ ଦିନକୁ ୩ଥର ପିଅନ୍ତି ।ପାନ ମାଧୁରୀ ଚୋବାଇ ଖାଆନ୍ତି ।ଯାହା ଏହି ସମସ୍ୟା ଦୂର କରିଥାଏ ।