ଖୁଣ୍ଟୁଣି ଅଞ୍ଚଳର ବିଭିନ୍ନ ସ୍ଥାନର ଦେଶି ମଦ ଭାଟିରେ ପୋଲିସ, ଅବକାରୀ ଓ ବନ ବିଭାଗର ମିଳିତ ଚଢାଉ।

ଆଠଗଡ: ୨୦/୧୧ ( ମାନସ ରଞ୍ଜନ ସାହୁ) ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡ଼ାଳୁଅ, ଖଣ୍ଡୁଆଳୀ, ସଡ଼କ ସାହି, କୃଷ୍ଣପୁର, ମଗଧ , କଂସର ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା , ନରସିଂହପୁର ଅବକାରୀ ଥାନା, କଟକ ଜିଲ୍ଲା ମୋବାଇଲ ୟୁନିଟ,ଖୁଣ୍ଟୁଣି ଥାନା ଏବଂ ଖୁଣ୍ଟୁଣି ବନ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୧୯୬୦ ଲିଟର ଦେଶୀ ମଦ ସହ ୧୫୬୪୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୬ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଡାଉ ରେ ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ ,ସୌମ୍ୟ ରଂଜନ ମାଝୀ ଅବକାରୀ ଉପ ନିରୀକ୍ଷକ ଆଠଗଡ,ବିଶ୍ୱଜିତ୍ ଆରୁଖ ଅବକାରୀ ଉପ ନିରୀକ୍ଷକ ବାଙ୍କୀ,ସୌମ୍ୟ ରଂଜନ ବେହେରା, ସହ ଉପ ନିରୀକ୍ଷକ, ନରସିଂହପୁର ଅଧିକାରୀ ପ୍ରମୂଖ ସାମିଲ୍ ହୋଇଥିଲେ।