ଖୁବଶୀଘ୍ର ରୋବୋଟ୍ ଗର୍ଭଧାରଣ କରିପାରିବ !
ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ସବୁକିଛି ସମ୍ଭବ। ଚୀନର ବୈଜ୍ଞାନିକମାନେ ଏଭଳି ଏକ ରୋବୋଟ୍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରୋବୋଟ୍ ଗର୍ଭଧାରଣ କରିପାରିବ। ଏହାର ପ୍ରଥମ ପୋଟୋଟାଇପ ୨୦୨୬ରେ ଲଞ୍ଚ କରାଯିବ। ଭ୍ରୁଣକୁ କୃତ୍ରିମ ଗର୍ଭାଶୟରେ ରଖାଯିବ। ଏକ ପାଇପ ଜରିଆରେ ଭ୍ରୁଣଟି ଆବଶ୍ୟକ ପୋଷକ ତତ୍ତ୍ଵ ଗ୍ରହଣ କରିବ। ଏହି ପ୍ରକ୍ରିୟା ଗର୍ଭଧାରଣଠାରୁ ଆରମ୍ଭ କରି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିମ୍ବାଣୁ ଏବଂ ଶୁକ୍ରାଣୁ ମଧ୍ୟରେ ପ୍ରଜନନ ପ୍ରକ୍ରିୟା କିପରି ହେବ ତାହା ଏଯାଏ ଜଣାପଡ଼ିନାହିଁ।କାଇୱା ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଏହି ରୋବୋଟ୍ ପାରମ୍ପରିକ IVF କିମ୍ବା ସରୋଗେସି ଠାରୁ ଭିନ୍ନ । ଏଥିରେ ଏକ ବିଶେଷ ପ୍ରକାରର ଇନକ୍ୟୁବେସନ୍ ପଡ୍ ଏବଂ ରୋବୋଟିକ୍ ପେଟ ରହିବ, ଯାହା ମହିଳାଙ୍କ ଗର୍ଭରେ ଥିବା ପରିବେଶ ପ୍ରଦାନ କରିବ । ଏହି ରୋବୋଟ୍ ଗର୍ଭଧାରଣ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୂରା କରିବାକୁ ଚେଷ୍ଟା କରିବ । କମ୍ପାନୀ କହିଛି ଯେ ଏହି ଟେକ୍ନିକ୍ ସେମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ସିଧାସଳଖ ସନ୍ତାନ ଚାହାଁନ୍ତି । ଚୀନ୍ର ଏକ ଟେକ୍ନୋଲୋଜି କମ୍ପାନୀ ‘କାଇୱା’ ବିଶ୍ୱର ପ୍ରଥମ ରୋବୋଟ୍ ତିଆରି କରୁଛି, ଯାହା ଗର୍ଭଧାରଣର ଅନୁକରଣ କରିପାରିବ । ଅର୍ଥାତ୍, ଏହା ମଣିଷ ପରି ଗର୍ଭବତୀ ହୋଇପାରିବ । ଏହି ରୋବୋଟ୍ ଆଗାମୀ ଏକ ବର୍ଷ ମଧ୍ୟରେ ଲଞ୍ଚ ହେବାର ଲକ୍ଷ୍ୟ ରଖାଯାଇଛି । ଏହାର ମୂଲ୍ୟ ବାବଦରେ ଯଦି କହିବା, ତେବେ ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୟୁଆନ୍, ପ୍ରାୟ ୧୩,୯୦୦ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ୧୨ ଲକ୍ଷ ଟଙ୍କା ହେବ ।
