ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନରେ ଲାଗିବ ସ୍ଲିପର କୋଚ୍

ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି। ଯିଏ ବି ଏହି ଟ୍ରେନରେ ଯାତ୍ରା କରୁଛି ଏହାର ପ୍ରଶଂସା ନ କରି ରହିପାରିନି।କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ସ୍ଲିପର୍ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହା ଡିସେମ୍ବର ୨୦୨୪ ସୁଦ୍ଧା ଟ୍ରାକକୁ ଆସିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ବନ୍ଦେ ଭାରତ ଟ୍ରେନର ସ୍ଲିପର୍ କୋଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବେଙ୍ଗାଲୁରୁ ବିଇଏମଏଲରେ ବନ୍ଦେ ସ୍ଲିପର କୋଚ୍ ନିରୀକ୍ଷଣ କରିଛନ୍ତି।

ଏହି ନିରୀକ୍ଷଣ ପରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଆମେ ୩ ମାସ ପରେ ବନ୍ଦେ ଭାରତ ସ୍ଲିପର କୋଚ୍‌ରେ ଯାତ୍ରୀ ପରିଚାଳନାର ଆଶା କରିପାରିବୁ। ଏହି ଟ୍ରେନର ସବୁ କୋଚ୍ ସମ୍ପୁର୍ଣ୍ଣ ସ୍ଲିପର କୋଚ୍ ରହିବ। ମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ସ୍ଲିପର କୋଚର ନିର୍ମାଣ ଶେଷ ହୋଇଛି। ଆଗାମୀ କିଛି ଦିନରେ ବିଇଏମଏଲ କାରଖାନାରୁ ବାହାରିବ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହା ଏକ ଲମ୍ବା ଯାତ୍ରା ଥିଲା। ନୂଆ ଟ୍ରେନର ଡିଜାଇନ କରିବା ବଡ଼ ଜଟିଳ କାମ।