ଖ୍ରୀଷ୍ଟମାସରେ ନାଲି ପୋଷାକ କାହିଁକି, ଜାଣନ୍ତୁ

ଡିସେମ୍ବର ୨୫ରେ ପାଳନ ହୁଏ ଖ୍ରୀଷ୍ଟମାସ । ଏହି ଦିନକୁ ଆମେ ବଡ ଦିନ ମଧ୍ୟ କହିଥାଉ । ଖ୍ରୀଷ୍ଟମାସ ଅସିବା ମାତ୍ରେ ସବୁଠି ହସ ଖୁସିର ଲହର ଖେଳିଯାଏ । ପ୍ରତ୍ୟେକ ଏହି ଡିସେମ୍ବର ୨୫କୁ ଚାହିଁ ରହିଥାନ୍ତି । କାହିଁକିନା ଲୋକମାନେ ମାନି ଥାନ୍ତି ଯେ ଏହି ପର୍ବରେ ପିଲାମାନଙ୍କର ପ୍ରିୟ ସାଣ୍ଟା ଧରାପୃଷ୍ଠକୁ ଆସିଥାଏ । ଆଉ ତା ସହ ଉପହାର ମଧ୍ୟ ଆଣିଥାଏ ।

ଲୋକମାନେ ନିଜ ଘରେ ଖ୍ରୀଷ୍ଟମାସ ଟ୍ରି ଲଗାଇଥାନ୍ତି । ତା ସହ ଚିକିମିକି ଆଲୋକାମାଳାରେ ଟ୍ରିକୁ ସଜ୍ଜେଇ ଦେଇଥାନ୍ତି । ଏହା ସହ ନାଲି ପୋଷାକ ପିନ୍ଧି ଖ୍ରୀଷ୍ଟମାସ ପାଳିଥାନ୍ତି । ତେବେ ଖ୍ରୀଷ୍ଟମାସରେ ଲୋକମାନେ କାହିଁକି ନାଲି ପୋଷାକ ଓ ନାଲି ଟୋପି ପିନ୍ଧିଥାନ୍ତି ଚାଲନ୍ତୁ ଜାଣିବା । ଡିସେମ୍ବର ୨୫ରେ ପାଳନ ହୁଏ ଖ୍ରୀଷ୍ଟମାସ । ଏହି ଦିନଟିକୁ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ । ପ୍ରତିବର୍ଷ ସାଣ୍ଟା କ୍ଲଜ ପିଲାମାନଙ୍କୁ ଖୁସିରେ ଉପହାର ଦିଅନ୍ତି ।

ଏହି ଦିନରେ ସମସ୍ତେ ନାଲି ପୋଷାକ ପିନ୍ଧି ମୁଣ୍ଡରେ ନାଲି ରଙ୍ଗର ଟୋପି ଲଗାଇଥାନ୍ତି । ନାଲି ପୋଷାକ ପିନ୍ଧିବାର କାରଣ ହେଲା କୁହାଯାଏ ଯେ ଲାଲ ରଙ୍ଗ ହେଉଛି ପ୍ରେମ, ଖୁସି ଓ ସୁଖର ରଙ୍ଗ । ଏହା ସହ ଲାଲ ରଙ୍ଗ ମଧ୍ୟ ଯୀଶୁଙ୍କ ରକ୍ତର ପ୍ରତୀକ । ପ୍ରଭୁ ଯୀଶୁ ସମସ୍ତଙ୍କୁ ନିଜର ସନ୍ତାନ ରୂପେ ବିବେଚନା କରୁଥିଲେ । ଏହି କାରଣରୁ ସେ ଲାଲ ରଙ୍ଗ ମାଧ୍ୟମରେ ମାନବିକତାର ଶିକ୍ଷା ଦେବାକୁ ଚାହୁଁଥିଲେ । ସେ କହିଥିଲେ ଯେ, ନାଲି ରଙ୍ଗ ହେଉଛି ପ୍ରେମ ଓ ସୁଖର ପ୍ରତୀକ । ଏ ନେଇ ସମସ୍ତେ ନାଲି ରଙ୍ଗ ପିନ୍ଧିଥାନ୍ତା।