ଗଛ ଲଗାନ୍ତୁ ପରିବେଶ ବଂଚାନ୍ତୁବାର୍ତାଦେଲେ ଅଗ୍ନିଶମ ଅଧିକାରୀ

ଗଣିଆ (,ବିଶ୍ୱରଂଜନ ସେଠି) ଆମ ଜୀବନରେ ଗଛର ଭୁମିକା ବେଶ ଗୁରୁତ୍ୱପୁର୍ଣ୍ଣ । ପରିବେଶ ସନ୍ତୁଳନ କରିବାରେ ଗଛର ଅନେକ ଯୋଗଦାନ ରହିଛି । ପରିବେଶ ସବୁଜ ସୁନ୍ଦର କରିବା ପାଇଁ ତଥା ଏହାର ସୁରକ୍ଷା ପାଇଁ ଲୋକଙ୍କମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଣିଆ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗର ଡିଜିଙ୍କ ନିର୍ଦ୍ଦେଶରେ ଆୟୋଜିତ ବୃକ୍ଷ ରୋପଣ ଓ ବନ ମେହାତ୍ସବ କାର୍ଯ୍ୟକ୍ରମ ରବିବାର ଦିନ ଗଣିଆ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଅଗ୍ନିଶମ ବିଭାଗ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିôତଭାବେ ଗଣିଆ ବନ ବିଭାଗର କର୍ମଚାରୀ କୁନି ଓଝା ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଗିନଶମ ବିଭାଗର ରମେଶ ଚନ୍ଦ୍ର ଗଜେନ୍ଦଅ, ସୁରେଶ କୁମାର ସାହୁ, ହେମନ୍ତ କୁମାର ମହାଳିକ, ଜିତେନ୍ଦ୍ର କୁମାର ସାମଲ, ରାଜୀ ଳେଶଚନ ନାୟକ, ଜିତେନ୍ଦ୍ର କୁମାର ବେହେରା, ରଂଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିି ବର , ଅଶ୍ୱସ୍ତ, ନିମ, ବେଲ, ଓ ଗମ୍ଭାରୀ, ଅଁଳା, ଆମ୍ବ, ପରସ ଆଦି ୫୦ରୁ ଉର୍ଦ୍ଧ୍ୱ ଗଛ ରୋପଣ କରିଥିଲେ ।