ଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗଣିଆ, (ବିଶ୍ୱରଂଜନ ସେଠି): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ଭ୍ୟୁ ରେଷ୍ଟୁରାଣ୍ଟ ପରିସରରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ’ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରାସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନ ମଜବୁତ କରିବା ଦିଗରେ ଦିଗଦର୍ଶନ ଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ଦଳୀୟ କାର୍ଯ୍ୟପ୍ରଣାଳୀ ଏବଂ ଆଦର୍ଶ ସମ୍ପର୍କରେ କର୍ମକର୍ତ୍ତାମାନଙ୍କୁ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣରେ ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ବଶିଷ୍ଠ ବିଜେପି ନେତା ସୁଭ୍ରଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏଇ କାଜ୍ୟକ୍ରମ୍ଚରେ ନୟାଗଡ଼ ଜିଲ୍ଲା ଉପସଭାପତି ଚନ୍ଦ୍ର ଶେଖର ଦାଶ, ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଦାଶ, ମଣ୍ଡଳ ମହିଳା ସଭାନେତ୍ରୀ ମଞ୍ଜୁଲତା ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମଧୁସ୍ମିତା ବଳିଆରସିଂ , ମହିଳା ନେତ୍ରୀ ସସ୍ମିତା ମିଶ୍ର ,ଗଣିଆ ମଣ୍ଡଳ ଉପସଭାପତି ବାଉରୀବନ୍ଧୁ ରାଉତ ଓ ଭାଗିରଥି ଗଡ଼ନାୟକଙ୍କ ସମେତ ୧୦୦ ଅଧିକ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ। ବଶିଷ୍ଠ ବିଜେପି ନେତା ବିଭୂତି ଭୂଷଣ ପଣ୍ଡା, ଶୁଭ୍ରଜିତ ପଣ୍ଡାଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବହୁ ପଦାଧିକାରୀ ଏହି ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଅନେକ ସକ୍ରିୟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶିବିରକୁ ସଫଲ୍ୟ ମଣ୍ଡିତ କରିଥିଲେ ।