ଗଣିଆରେ ଦିପାବଳୀ ଓ କାଳୀପୂଜା ଧୁମଧାମରେ ପାଳିତ , ଯୋଗଦେଲେ କନ୍ଧମାଳ ସାଂସଦ
ଗଣିଆ – ମଙ୍ଗଳବାର ଦିନ ସଂଧ୍ୟାରେ ଗଣିଆସ୍ଥିତ ଚଉବଙ୍ଗଠାରେ ଅବସ୍ଥିତ ଲକ୍ଷ୍ମୀବଜାର ପୂଜା ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପଂହଚି ମା’ ଶ୍ୟାମା କାଳୀଙ୍କର ସନ୍ଧ୍ୟା ଅଳତୀ ଦର୍ଶନ କରିବା ସହିତ କୃପାଲାଭ କରିଥିଲେ । ପ୍ରଥମେ ସାଂସଦ ଗଣିଆରେ ପହଞ୍ଚିବା ପରେ ତାଙ୍କୁ ଲକ୍ଷ୍ମୀ ବଜାର କମିଟି ତରଫରୁ ଭବ୍ୟ ସ୍ବାଗତ ଜଣାଇଥିଲେ। । ପରେ ବଜାର କମିଟି ତରଫରୁ ମଞ୍ଚର ଶୁଭ ଉଦଘାଟନ କରିବା ପରେ କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣା ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଂସଦ ନିଜ ଜନ୍ମ ମାଟିରେ ପହଞ୍ଚି ଅଞ୍ଚଳର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ବିକାଶରେ ସହଯୋଗ କରିବା ପାଇଁ ମାଙ୍କ ନିକଟର ପ୍ରାର୍ଥନା କରିଥିଲେ ସାଂସଦ। ।

ତାଙ୍କ ସହିତ ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରାସାଦ ମିଶ୍ର, ସାସଂଦଙ୍କ ପ୍ରତିନିଧି ଶରତ କୁମାର କର, ଗଣିଆ ସରପଂଚ ଗିରିଧାରୀ ସେଠୀ, ରାସଙ୍ଗ ସରପଂଚ ମାନସ କୁମାର ମହାଖୁଡ଼, ବେଲପଡ଼ା ସରପଂଚ ସୁକନ୍ତ କୁମାର ଗଣ୍ଠିଆ, ଆଡ଼କଟା ସରପଂଚଙ୍କ ପ୍ରତିନିଧି ପ୍ରଶନ୍ନ ବାରିକି, କରଡ଼ାପଡ଼ା ସରପଂଚଙ୍କ ପ୍ରତିନିଧି ସମୀର କୁମାର ସାହୁ, ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ବଶିଷ୍ଠ ନଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର , ନୟାଗଡ଼ ଜିଲା ବିଜେପିର ଉପସଭାପତି ଚନ୍ଦ୍ରଶେଖର ଦାଶ, ବଶିଷ୍ଠ ବିଜେପି ନେତା ବିଭୁତିଭୁଷଣ ପଣ୍ଡା, ଗଣିଆ ବ୍ଲକର ଉପସଭାପତି ବାଉରୀବନ୍ଧୁ ରାଉତ, ଭାଗିରଥି ଗଡ଼ନାୟକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ଓ ବଜାର କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ମା’ କାଳୀଙ୍କ କୃପାଲାଭ କରିଥିଲେ । ସନ୍ଧ୍ୟାରେ ମା ଶ୍ୟାମାକାଳୀଙ୍କ ପୂଜା ମଣ୍ଡପ ନିକଟରେ ପ୍ରବକ୍ତା ବିଭୂତି ଭୂଷଣ ପଣ୍ଡା ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଭୁବନେଶ୍ୱରରୁ ଅରବିନ୍ଦ ମୁଦୁଲିଙ୍କ ସୂପୁତ୍ର ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ମାଙ୍କ ଦର୍ଶନ ଓ ଭଜନ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ନୟାଗଡ଼ରୁ ବିଶ୍ୱରଞ୍ଜନ ସେଠିଙ୍କ ରିପୋର୍ଟ HRTV ODIA
