ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ଗଣିଆ -(ବିଶ୍ୱରଂଜନ ସେଠି) ଦଶପଲା ନିର୍ବାଚନ ମଣ୍ଡଳୀର ଗଣିଆ ମଣ୍ଡଳର ୨୨ ନମ୍ବର ବୁଥରେ ପ୍ରଧାନ ମନ୍ତ୍ରୀଙ୍କ ମନ୍କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବିଜେପି ମଣ୍ଡଳର ବରିଷ୍ଠ ସଦସ୍ୟ ବିଭୁତି ଭୁଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲା ବିଜେପି ର ଉପସଭାପତି ଚନ୍ଦ୍ରଶେଖର ଦାଶ, ଗଣିଆ ବିଜେପି ମଣ୍ଡଳର ଉପସଭାପତି ଭାଗିରଥି ଗଡ଼ନାୟକ, ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ଅଶୋକ କୁମାର ବେହେରା, ସସ୍ମିତା ମିଶ୍ର, ହିମାଂଶୁ ଶେଖର ଅମାୟନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅର୍ଥାତ ମନ୍ କି ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଗ୍ରାମ ଠାରୁ ସହରାଚଂଳର ପ୍ରତ୍ୟେକ ବୁଥରେ ସାଧାରଣ ଲୋକଙ୍କ ମନର କଥା ବା ସାଧାରଣ ଚଳଣୀରେ ହେଉଥିବା ଅସୁବିଧାକୁ ଦୁର କରିବାପାଇଁ ଚେଷ୍ଟା କରିବା ସହିତ ତୃଣମୂଳ ସ୍ତରରେ ବୁଥ ସ୍ତରୀୟ ସଂଗଠନକୁ ଏକ ଅଭିନବ ଢାଚାଂରେ ମଜଭୁତ କରିବା । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ଅଂଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।
