ଗଣିଆ ଜଙ୍ଗଲ ନିଆଁ ରୋକିବା ପାଇଁ ବିଦ୍ୟାଳୟରେ ସଚେତନତା କର୍ମଶାଳା
ଗଣିଆ : (ବିଶ୍ୱରଂଜନ ସେଠି)ଏବେ ଜାରି ରହିଛି ଗ୍ରୀଷ୍ମର ଲହରୀ । ଗଛ ମାନେ ଏଇ ସମୟରେ ପତ୍ର ଝଡା ମଧ୍ୟ ଦେଇଥାନ୍ତି । ଆଉ କିଛି ଦିନ ଗଲା ପରେ ଶୁଖିଲା ପତ୍ର ଓ ଡାଳ ମିଶି ଜଙ୍ଗଲ ନିଆଁ ପାଇଁ ବାଟ ଫିଟେଇବେ। ଗତ ବର୍ଷ ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା ଏବଂ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଏଣୁ ଚଳିତ ବର୍ଷ ପାଇଁ ଆଗରୁ ହିଁ ବ୍ୟବସ୍ଥା କରିବା ପାଇଁ ଗଣିଆ ବନାଞ୍ଚଳ ତତଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗଣିଆ ବନାଞ୍ଚଳ ଅଧିକାରୀ ସବନମ୍ ସାହୁଙ୍କ ତତ୍ତ୍ଵାବଧାନରେ ବୁଧବାର ଦିନ ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନତା କରଯାଇଥିଲା । ଏଥିରେ ଏସି ଏଫ୍ ସେତୁରଞ୍ଜନ ଗମାଙ୍ଗୋ , ଏସିଏଫ ଆଇସା ଆଖତାରି ନିଶା , ବନପାଳ ମନୋଜ ପ୍ରଭାକର ସାହୁ , ବନରକ୍ଷୀ ଧରଣୀ ଧର ପ୍ରଧାନ ଓ ବିଦ୍ୟାଳୟର ଅଧ୍ୟକ୍ଷା ସଲିଳ। ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ନେଇ ଜଙ୍ଗଲ ନିଆଁ ଉପରେ ସଚେତନତା କରଯାଇଥିଲା। ।

ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକ ମାନଙ୍କ ଭିତରେ ଜଙ୍ଗଲ ନିଆଁର ଭୟାବହତା ଏବଂ ତାକୁ ରୋକିବା ପାଇଁ ସଚେତନତା କର୍ଯ୍ୟକ୍ରମ ନିହାତି ଆବଶ୍ୟକ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠି କହିଥିଲେ ।କାରଣ ସ୍ଥାନୀୟ ଲୋକମାନେ ହିଁ ଜଙ୍ଗଲରେ ନିଆଁ ଲାଗିବା ଖବର ପ୍ରଥମ ଦେଇଥାନ୍ତି । ସେଇ ଖବର ପାଇବା ପରେ ବନ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କଲେ ହିଁ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ । ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜଙ୍ଗଲ ନିଆଁକୁ କିପରି ରୋକା ଯାଇପାରି ସେ ସମ୍ପର୍କରେ ଏକ ସଚେତନତା ରାଲୀ କରଯାଇଥିଲା। । ଏପରିକି ଜଙ୍ଗଲ ନିଆଁ ଦେଖିଲେ କିପରି କାର୍ଯ୍ୟାନୁଷ୍ଠାନ ନେବାକୁ ହେବ, କିପରି ବନ ବିଭାଗ କୁ ଖବର ଦେବାକୁ ହେବ ସେଇ ସବୁ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବନ୍ୟାଞ୍ଚଳ ଅଧିକାରୀ ଶ୍ରୀମତୀ ସାହୁ ଉପଦେଶ ଦେଉଥିଲେ ।
