ଗଣିଆ ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଦାୟିତ୍ୱ
ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ଥାନାରେ ନୂତନ ଅଧିକାରୀଭାବେ ଯୋଗ ଦେଇଛନ୍ତି ଇନିସପେକ୍ଟର ଟଙ୍କଧର ଛତ୍ରିଆ । ଗଣିଆ ଥାନାରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ୨୦୧୭ ମସିହାରେ ଓଡ଼ିଶା ପୋଲିସରେ ଏସଆଇ ଭାବେ ନିଯୁକ୍ତି ପାଇଥିଲେ । ଟ୍ରେନିଂ ପରେ ସେ ସୋନପୁର ଜିଲାରେ ଏସଆଇ ଭାବେ କାର୍ଯ୍ୟକରି ନିକଟରେ ପଦୋନ୍ନତି ପାଇଥିଲେ । ତାଙ୍କୁ ନୟାଗଡ଼ ଜିଲା ବଦଳି କରାଯିବା ପରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ତାଙ୍କୁ ଗଣିଆ ଥାନା ଅଧିକାରୀଭାବେ ଦାୟିତ୍ୱ ପ୍ରଦାନ କରିଥିଲେ । ଗଣିଆ ଥାନାରେ ଟଙ୍କଧର ଯୋଗ ଦେଇଥିବାବେଳେ ସ୍ଥାନୀୟ ଅଂଚଳରେ ଅପରାଧ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ ମୁଖ୍ୟ ଦାୟିତ୍ୱ ରହିବ ବୋଲି ସେ କହିଛନ୍ତି । ସେ ଗଣିଆ ଥାନାରେ ଯୋଗଦାନ କରିବା ପରେ ଗଣିଆ ଥାନା ତରଫରୁ ତାଙ୍କୁ ସମସ୍ତ କର୍ମଚାରୀମାନେ ସ୍ୱାଗତ କରିଥିବା ବେଳେ ଗଣିଆ ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଥାନାରେ ଉପସ୍ଥିତ ହୋଈ ସୌଜନ୍ୟ ମୂଳକ ସାକ୍ଷାତ କରି ଅଂଚଳରେ ଚୋରୀ ଡକାୟତି , ରାହାଜାନୀ , ଚୋରା ମଦ କାରବାର ଭଳି ଅପରାଧକୁ ନିୟନ୍ତ୍ରଣ କରିବା ଉପରେ ଆଲୋଚନା କରି ସମାଧାନ କରିବା ଉପରେ ଆଲୋଚନା କରଯାଇଥିଲା ।
