ଗଣିଆ ପଂଚାୟତ ସମିତିର ଅଷ୍ଟମ ବୈଠକକୃଷି, ଉଦ୍ୟାନ, ଗ୍ରାମ୍ୟଉନ୍ନୟନ ଓ ଶିକ୍ଷା କୁ ଗୁରୁତ୍ୱ

ଗଣିଆ,(ବିଶ୍ୱରଂଜନ ସେଠି) ଶୁକ୍ରବାର ଗଣିଆ ପଂଚାୟତ ସମିତି ସଦଭାବନା ସଭାଗୃହରେ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲାପରିଷଦ ସଭ୍ୟ ନରେଶ ବେହେରା, କନ୍ଧମାଳ ସାଂସଦଙ୍କ ଗଣିଆବ୍ଳକ ପ୍ରତିନିଧି ଶରତ କୁମାର କର, ବିଡିଓ ପ୍ରତିବାଳା ରଣା. ଏବିଡିଓ ରତନଲାଲ ଲୋହରା ଯୋଗଦାନ କରିଥିଲେ । ଗଣିଆ ବ୍ଳକର ୮ଗୋଟି ପଂଚାୟତର ସରପଂଚ, ସମିତିସଭ୍ୟସଭ୍ୟା, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଶିକ୍ଷା ବିଭାଗ, ଉଦ୍ୟନ ବିଭାଗ, ମୃତିକା ସଂରକ୍ଷଣ ବିଭାଗ, ମତ୍ସ୍ୟ ବିଭାଗ, ବନ ବିଭାଗ ସମେତ ସମସ୍ତ ଲାଇନ ବିଭାଗର ପଦାଧିକାରୀମାନେ ଯୋଗଦାନ କରିଥିଲେ । ପ୍ରଥମେ ଜିପିଓ ଗୋବିନ୍ଦ ଚନ୍ଦ୍ର ମାହାପାତ୍ର ସପ୍ତମ ଅଧିବେଶନର ବିବରଣୀ ପାଠନ କରିବା ପରେ ପ୍ରସ୍ତାବଗୁଡ଼ିକୁ ଦୃଢିଭୁତ କରା ଯାଇନଥବବାରୁ ଜନପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ବ୍ଳକରେ କଂଟିଜେନ୍ସ ପାଣ୍ଠିରୁ ୨୨ଲକ୍ଷରୁ ୧୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଖର୍ଚ୍ଚର ପ୍ରକୃତ ହିସାବ କୋଷାଧ୍ୟକ୍ଷ ସଭାରେ ଦେଇ ପାରିନଥବବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଗୃୀତ ହୋଇଥିଲା । ଚଳିତ ବର୍ଷ କୃଷି ବିଭାଗ ତରଫରୁ ସାର, ମୁଗ, ଓ ବିରି ମନଇଛା ଦିଆଯାଇଥିବାରୁ କରଡ଼ାପଡ଼ା ସରପଂଚ ବୈଠକରେ କ୍ଷୋଗ ପ୍ରକାଶ କରିଥିଲେ । ଏପରିକି ଗଣିଆରେ ସାରର କଳା ବଜାରି, ସାର ଅଭାବକୁ ନେଇ ବୈଠକରେ ହୋ ହାଲା ହୋଇଥିଲା । ଯାହାକୁ ନେଇ ବ୍ଳକ କାର୍ଯ୍ୟାଳୟରେ ସପ୍ତାହକୁ ଗୋଟିଏ ଦିନ କୃଷ୍‌ି ବିଭାଗ ତରଫରୁ ଉପସ୍ଥିତ ରହିବାକୁ ଅଧ୍ୟକ୍ଷା ନିଦ୍ଦେର୍ସଶ ଦେଇଥିଲେ । ଏହାକୁ ସମସ୍ତ ଲୋକ ପ୍ରତିନିଧି ସମ୍ମତି ପ୍ରଦାନ କରିଥିଲେ । ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବ୍ଳକର ପ୍ରତି ପିଏଚସି, ସିଏଚସି ଓ ସବସେଂଟରଗୁଡ଼ିକରେ ସ୍ୱାସ୍ଥ୍ୟ ଶିବିର ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଧୁସୁଦନ ଦାସ କହିଥିଲେ । ମୁଖ୍ୟତଃ ୨୧ ତାରିଖ ଦିନ କଟକ, ଭୁବନେଶ୍ୱରରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରୋଗର ନିଦାନ କରିବା ସହିତ ପରୀକ୍ଷା ନୀରିକ୍ଷା କରାଯିବ ବୋଲି ଡାକ୍ତର ଦାସ ସୁଚନା ଦେଇଥିଲେ । ଉଦ୍ୟାନ ବିଭାଗର ଅଧିକାରୀ କୌଣସି ସମିତି ବୈଠକକୁ ଆସୁନଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ପ୍ରସ୍ତାବ ଆଗତ କରାଗଲା । ଗଣିଆରେ ୧୯୮୩ ମସିହାରୁ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗ ୩୮ ବର୍ଷ ଧରି ଛାତ୍ରଛାତ୍ରୀମାନେ ପାଠ ପଢି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗଣିଆରେ ୩୮ବର୍ଷ ବିତି ଯାଇଥିଲେ ମଧ୍ୟ ଯୁକ୍ତ ଦୁଇ ବିଜ୍ଞାନ ଖୋଲି ପାରିଲା ନାହିଁ । ଯାହାକୁ ନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ । ଆଜିର ବୈଠକରେ ସରପଂଚ ସଂଘର ସଭାପ୍ତ ମାନଓ କୁମାର ମହାଖୁଡ଼ ଗଣିଆରେ ନୂତନଭାବେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ପାଇଁ ବୈଠକରେ ଉପସ୍ଥିତ ଜନ ପଅ୍ରତିନିଧିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା ନୟାଗଡ଼ ଜିଲା ପରିଷଦ ସଭାରେ ଏହା ଆଲୋଚନା ହେବ ବୋଲି ଅଧ୍ୟକ୍ଷା କହିଥିଲେ । ନାରାୟଣପ୍ରସାଦ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସ୍ଥାନୀୟ ସରପଂଚ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏରୁଣ୍ଡିପଥର, ଛାଡ଼ମୂଳ, ଛାମୁଣ୍ଡିଆ ମୁଣ୍ଡୀଆସାହି, ଇଶ୍ୱରପୁର ଓ ଅର୍ଜୁନ ଖୋଲରେ ନଳକୂପ ଗୁଡ଼ିକୁ ମରାମତି କରିବା ପାଇଁ ଗ୍ରାମ୍ୟ ଓ ଜଳ ଯୋଗାଣ ବିଭାର କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଗଣିଆରେ ବାଇପାସ ରାସ୍ତାକୁ ନେଇ ହୋହାଲା ହୋଇଥିଲା । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାର କନିଷ୍ଠ ଯନ୍ତ୍ରୀ ସଠିକ ଉତର ଦେଇ ପାରିନଥିଲେ । ଯାହାକୁ ନେଇ ଗଣିଆ ସରପଂଚ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଗଣିଆ ୱାଲିପୁର ରାସ୍ତା ଭାୟା ମାଳତୀପୁଟପାଇଁ ୬କୋଟିରୁ ୧୪ କୋଟି ଏଷ୍ଟିମେଟ କରାଯାଇଥିଲା । ଯାହାକୁ ନେଇ ଅଧିକ ଏଷ୍ଟିମେଟ ହୋଇଥିବାରୁ ପୁରୁଣା ଏଷ୍ଟିମେଟକୁ ଖାରଜ କରି ୭କୋଟି ଟଙ୍କାର ଏକ ଏଷ୍ଟିମେଟ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ କହିଥିଲେ ଏବଂ ଖୁବ କମଦିନ ମଧ୍ୟରେ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି କହିଥିଲେ । ଆଦିବାସୀ ଅଧ୍ୟୁସିତ ବଡ଼ସିଲିଙ୍ଗା ପଂଚାୟତରେ ବସାଗଣ୍ଡ ଓ ସିଲଟି ନାଳ ପାଖରେ ଏକ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ବଡ଼ସିଲିଙ୍ଗା ସରପଂଚ ବୈଠକରେ ଦାବୀ ରଖିଥବଲେ । ଯାହାକୁ ନେଇ ସମସ୍ତ ଜନ ପ୍ରତିନିଧି ଏହାକୁ ହୃଦୟଙ୍ଗମ କରିବା ସହିତ ସମ୍ମତି ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତ ଜନପ୍ରତିନିଧି, ଉପସ୍ଥିତ ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ଅଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ ।