ଗଣିଆ ବନାଂଚଳର ବଡ଼ ସଫଳତାଲକ୍ଷାଧିକ ଟଙ୍କାର ଶାଗୁଆନ, କୁରୁମ ଓ ଗମ୍ଭାରୀ ପଟା ଜବତ
ଗଣିଆ ( ,ବିଶ୍ୱରଂଜନ ସେଠି) ଗଣିଆ ବନଖଣ୍ଡ ଅଧିନସ୍ଥ ଗଣିଆ ବନାଚଂଳର ବନକର୍ମଚାରୀମାନେ ସୋମବାର ଅପରାହ୍ନରେ ଗଣିଆ ବନାଂଚଳ ଅନ୍ତର୍ଗତ ଆଡ଼କଟା ପଂଚାୟତର କାଳିକା ପ୍ରସାଦ ଗ୍ରାମରୁ ଲକ୍ଷାଧିକ ଟଙ୍କର ଶୁଗଆନ, କୁରୁମ ଓ ଗମ୍ଭାରୀ ପଟା ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କାରୁ ଅଧିକ ହେବ । ମିଳିଥିବା ସୁଚନା ଅନୁସାରେ ବିଶେଷ ସୁତ୍ରରୁ ଖବାର ପାଇ ବନାଂଚଳ ଅଧିକାରୀ ସୁମନ ମାଝୀଙ୍କ ନେତୃତ୍ୱରେ ଗଣିଆ ବନାଂଚଳ ଅଧନସ୍ଥ ଆଡ଼କଟା ପଂଚାୟତର କାଳିକାପ୍ରସାଦ ଗ୍ରାମରେ ଚଢାଉ କରି ଅଜି ସେନାପତିଙ୍କ ଘର ବାଡ଼ିପଟେ ଏକ ଚାଳ କୁଡ଼ିଆଘରେ ଶାଗୁଆନ, କୁରୁମ ଓ ଗମ୍ଭାରୀ ମିଶି ୧୭୫ଖଣ୍ଡ ପଟା ଜବତ କରିଛନ୍ତି ।

ଯାହାର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କରୁ ଉର୍ଦ୍ଧ୍ୱ ହେବ । ଉକ୍ତ ଚାଳଘରେ ଅଜି ସେନାପତିଙ୍କର ସମ୍ପର୍କୀୟ ନାତି ସାଗର ଦାସ, ଗ୍ରାମ- ବାଣପୁର, ଥାନା- ଖଣ୍ଡପଡ଼ା ଏସବୁ ପଟା ରଖି ଚୋରାରେ ଫର୍ଣ୍ଣଚର ଫ୍ୟାକ୍ଟ୍ରୀ ଚାଲିଥିବାର ଜଣାପଡ଼ିଛି ବୋଲି ବନବିଭାଗ ତରଫରୁ ଶ୍ରୀମତୀ ମାଝୀ ସୁଚନା ଦେଇଛନ୍ତି । ପ୍ରକାଶ ଥାଉକି ଉକ୍ତ ଚଢାଉରେ ଗଣିଆ ବନାଂଚଳ ଅଧିକାରୀ ସୁମନ ମାଝୀ, ଗଣିଆ ବନପାଳ ମନୋଜ ପ୍ରଭାକର ଦାଶ, ଆଡ଼କଟା ବନରକ୍ଷୀ ଧରଣୀଧର ନାୟକ, ବନରକ୍ଷୀ କୁନି ଓଝା, ବୈଷ୍ଣବୀ ନାଏକ ଓ ସ୍କ୍ୱାର୍ଡ଼ ମେମ୍ବରଙ୍କ ସହିତ ନୟାଗଡ଼ ଡିଭିଜନର ମୋବାଇଲ ଏନଫୋର୍ସମେଂଟ ଟିମ ମିଶି ମିଳିତ ଚଢାଉ କରିଥିଲେ । ପ୍ରକାଶ ଥାଉକି କାଠ ଜବତବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।
