ଗଣିଆ ସରସ୍ୱତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
ଗଣିଆ (ବିଶ୍ୱରଂଜନ ସେଠି) ଗୁରୁବାର ଗଣିଆସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଗଣିଆ ତରଫରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନୟାଗଡ଼ ଜିଲା ଶାରୀରୀକ ପ୍ରମୁଖ ସରୋଜ କୁମାର ସାହୁ, ଗଣିଆ ଖଣ୍ଡ ସଂଚାଳକ ଭିକାରୀ ଚରଣ ସାହୁ, ଗଣିଆ ଖଣ୍ଡ କାର୍ଯ୍ୟବାହକ ସୁଜିତ କୁମାର ଖଟୁଆ ଓ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ନିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ମା’ ଶାରଦାଙ୍କ ପାଖରେ ବିଶ୍ୱର କଲ୍ୟାଣ ନିମନ୍ତେ ପୁଜାର୍ଚ୍ଚନା କରାଯାଇଥିଲା । ପରେ ବିଦ୍ୟା ମନ୍ଦିରର ଶିଶୁ ଭାଇ ଭଉଣୀମାନଙ୍କୁ ନେଇ ଗଣିଆ ଗ୍ରାମ ପରିକ୍ରମା କରିବା ସହିତ ବିଭିନ୍ନ ଦେବାଳୟକୁ ଯାଇ ପୁଜାର୍ଚ୍ଚନା କରାଯାଇଥିଲା । ଏଥି ସହିତ ଶିଶୁ ମନ୍ଦିର ପରିସରରେ ଶିଶୁ ବାଟିକା ଅଭିଭାବିକା ମା’ ମାନଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗିରିଶ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଶିଶୁମାନଙ୍କର ଭବିଷ୍ୟତ ଗଠନରେ ମା’ମାନଙ୍କର ଭୁମିକା ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ନିରଂଜନ ଆଚାର୍ଯ୍ୟଙ୍କ ସହିତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା’ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।
