ଗତକାଲି ବିଳମ୍ବିତ ରାତିରେ ସତ୍ୟବାଦୀ ଅଞ୍ଚଳରୁ ଏକ ଶିଶୁ ଶ୍ରମିକ ଉଦ୍ଧାର
ଗତକାଲି ବିଳମ୍ବିତ ରାତିରେ ସତ୍ୟବାଦୀ ଅଞ୍ଚଳରୁ ଏକ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି I ସୂଚନା କ୍ଷେତ୍ର ରୁ ଜଣାପଡିଛି କି ୧୦ବର୍ଷର ଏକ ଶିଶୁ ବାପା ନେଇଥିବା ଦଶ ହଜାର ଟଙ୍କା ଶୁଝିବା ପାଇଁ ଷୋଳହଳ , କଳିଆ ପଡ଼ା ଗ୍ରାମର ସିରିଆ ମେଣ୍ଟ ଓ ନିଲୁ ପାତ୍ର ଙ୍କ ପାଖରେ ଗାଇ ଓ ମଇଁଷି ଜଗୁଆଳି ହିସାବରେ କାମ କରୁଥିଲା I

ଛୋଟ ଶିଶୁ ଟି ଗାଈ ମଇଁଷି ଗୁହାଳରେ କାମ କରି ମଳ ମୂତ୍ର ସଂକ୍ରମଣ ରେ ଆସି ଦେହସାରା କ୍ଷତ ବିକ୍ଷତ ହୋଇଛି I ଗତ କାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ବିଭାଗ, ଚାଇଲ୍ଡ ଲାଇନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ର ମିଳିତ ସହଯୋଗରେ ଶିଶୁ ଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଓପନ ଶେଲଟର ଠାରେ ରଖା ଯାଇଛି I ଶିଶୁ ଶ୍ରମିକକୁ ବିରୋଧ କରି ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଛି Iଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ
