ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। 

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ହୋଇଛି । ବିବାହର କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶର ଅତିଥିମାନେ ନଜର ଆସିଛନ୍ତି। ଏହି ବିବାହରେ ବହୁ ବଲିଉଡ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ଯୋଗ ଦେଇଛନ୍ତି। ବିବାହରୁ ବାହାରୁଥିବା ଫଟୋ ଏବଂ ଭିଡିଓ ଗୁଡିକରୁ, ଆପଣ ନିଶ୍ଚିତ ଭାବରେ କଳ୍ପନା କରିପାରିବେ ଯେ ବିବାହ କେତେ ବିଳାସପୂର୍ଣ୍ଣ ହୋଇଛି। କଟ୍ରିନା ସ୍ବାମୀ ବିକ୍କିଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ। ଲାଲ ରଙ୍ଗର ସାଧାରଣ ଶାଢ଼ିରେ ସେ ବେଶ ସୁନ୍ଦର ଲାଗୁଥିଲେ। ହୀରାର ହାର ତାଙ୍କ ଲୁକ୍‌କୁ ଦ୍ୱିଗୁଣିତ କରିଥିଲା।

ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଟ୍ରିନାଙ୍କ ବେବି ବମ୍ପ।। କ୍ୟାଟ୍ରିନା ଏବଂ ଭିକିଙ୍କ ଭିଡିଓ ଆସିବା ମାତ୍ରେ ପ୍ରଶଂସକମାନେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଜଣେ ୟୁଜର୍ସ ମନ୍ତବ୍ୟ ଦେଇ କହିଛନ୍ତି ଯେ କ୍ୟାଟ୍‌ ପ୍ରକୃତରେ ଗର୍ଭବତୀ ଅଛନ୍ତି। ଅନ୍ୟ ଜଣେ କହିଥଲେ ଯେ ଚେହେରା ସବୁକିଛି କହୁଛି ଏବଂ ବର୍ତ୍ତମାନ ସାମାନ୍ୟ ବେବି ବମ୍ପ ଦେଖାଯାଉଛି । କ୍ୟାଟ୍ରିନାଙ୍କୁ ଦେଖିବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।ବର୍ତ୍ତମାନ ପ୍ରଶଂସକମାନେ ଏହି ଦମ୍ପତିଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଛନ୍ତି।