ଗାଡି ଚାଳକ ଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ସ୍କୁଲ ଭେନ*.

* କଳାହାଣ୍ଡି :ପ୍ରତିଦିନ ପରି ଆଜି ମଧ୍ୟ ଶିକ୍ଷା ବିଦ୍ୟା ମନ୍ଦିର ଶାନ୍ତ ପୁର ର ସ୍କୁଲ ଭେନ ଶାନ୍ତ ପୁର ରୁ ଆସି କିଡିଙ୍ଗ, କାଉଗୁଡା ଓ ସିକେରକୂପା ପିଲାମାନଙ୍କୁ ନେଇ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ବାଞ୍ଜlରୀ ଘାଟି ନିକଟରେ ଗାଡି ଚାଳକ ଙ୍କ ବେପରୁହା ଗାଡି ଚାଳନା ଯୋଗୁଁ ରାସ୍ତା ର ତଳକୁ ଖସି ଡିଭାଇଡର ରେ ପିଟି ହେବା ହୋଇ ଫସି ରହି ଥିବା ବେଳେ କାହାର କିଛି କ୍ଷୟ କ୍ଷତି ହୋଇ ନ ଥିବା ଜଣା ଯାଇଛି l ହେଲେ ଆଜି ପିଲାମାନଙ୍କ ବାର୍ଷିକ ପରୀକ୍ଷା ଚଳିଥିବା ବେଳେ ଚାଳକ ଙ୍କ ଭୁଲ ଯୋଗୁଁ ପିଲା ମାନେ ପରୀକ୍ଷା ଦେଇ ପାରି ନ ଥିବା ବେଳେ ସ୍କୁଲ ପାରିଛଳନା କମିଟି ତରଫରୁ କିଛି ସୂଚନା ମିଳି ପାରି ନାହିଁ l ଏ ପଟେ ପିଲାମାନଙ୍କ ଅଭିଭାବକ ଚାଳକ ଙ୍କୁ ଦୁର୍ଘଟଣା ବିଷୟ ରେ ପଚାରି ବୁଝି ଥିବାରୁ ଚାଳକ ମହାଶୟ ନାଲି ଆଖି ଦେଖେଇବା ଅଭିଭାବକ ଙ୍କ ସହ ଯୁକ୍ତି ତର୍କ କରିଥିବା ଦେଖାଦେଇଛି l ଅଭିଭାବକ ମାନେ ଏପଟେ ଚାଳକ ପରିବର୍ତନ ନ କଲେ ପିଲାମାନଙ୍କୁ ଛାଡି ବୁ ନାଇଁ ବୋଲି ଦାବି କରୁଛନ୍ତି l କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR TV ଓଡ଼ିଆ l