ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

ଆଓଗେ ଜବ ତୁମ ସାଜନା…ଫେମ ଗାୟକ ଓସ୍ତାଦ ରାସିଦ ଖାନଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ଉତ୍ତରପ୍ରଦେଶରେ ରଶିଦ ଜନ୍ମଲାଭ କରିଥିଲେ। ସେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ଜେଜେବାପା ଉସ୍ତାଦ ନାସିର ହୁସୈନ ଖାନଙ୍କଠାରୁ ଗ୍ରହଣ କରିଥିଲେ। ସେ ଉସ୍ତାଦ ଗୁଲାମ ମୁସ୍ତଫା ଖାଦଙ୍କ ଭଣଜା ଥିଲେ। ୨୦୦୪ରେ ସେ ସୁବାଷ ଘାଇଙ୍କ ଚଳଚ୍ଚିତ୍ର ‘କିସ୍‌ନା’ରୁ କ୍ୟାରିୟର ଆରମ୍ଭ କରିଥିଲେ।

ସୂଚନା ଅନୁସାରେ ସେ କିଛି ଦିନ ହେଲା ଗୁରୁତର ଥିଲେ ଓ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖା ଯାଇଥିଲା। ମଙ୍ଗଳବାର ଅପରାହ୍ନ ୩ଟା ୪୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାସିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକଟ କରିଛନ୍ତି।