ଗିନିଜ ୱାର୍ଲ୍ଡ ରେକର୍ଡ । ଜଣେ କୃଷକ ଗୋଟିଏ ଟମାଟୋ ଗଛ ରେ ୧୬୬୯ ଟି ଟମାଟୋ ଫଳାଇଛନ୍ତି।
ବ୍ରିଟେନର ଜଣେ କୃଷକ ଡଗଲାସ ସ୍ମିଥ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ । ସେ ତାଙ୍କ ନିଜର ପରିଶ୍ରମ ବଳରେ ଟମାଟୋ ପ୍ଲାଣ୍ଟ ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। କୃଷକ ଜଣଙ୍କ କେବଳ ଗୋଟିଏ ଗଛରେ ୧୨୬୯ଟମାଟୋ ଫଳାଇଛନ୍ତି। ଏହି କାରଣରୁ ଗିନିଜ ୱାର୍ଲ୍ଡ ରେକର୍ଡରେ କୃଷକ ଏବଂ ତାଙ୍କ ଗଛର ନାମ ରେକର୍ଡ କରାଯାଇଥିଲା । ଏହି ଅନନ୍ୟ କୀର୍ତ୍ତି ମାଧ୍ୟମରେ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
କୃଷକ ଡଗଲାସ୍ ସ୍ମିଥ୍ କେବଳ ଗୋଟିଏ ଟମାଟୋ ଷ୍ଟେମ୍ରେ ସର୍ବାଧିକ ଟମାଟୋ ଫଳାଇ ରେକର୍ଡ ଭାଙ୍ଗିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ପର୍ଯ୍ୟନ୍ତ ଏହି ରେକର୍ଡ ୪୮୮ ଟମାଟୋ ଥିଲା । ଏହା ପରେ ଡଗଲାସ୍ ଏହି ରେକର୍ଡ ଭାଙ୍ଗିବାକୁ ଚିନ୍ତା କଲେ ଏବଂ ୮୩୯ଟି ଟମାଟୋ ଫଳାଇଥିଲେ । ହେଲେ ବର୍ତ୍ତମାନ ସେ ମଧ୍ୟ ଏହି ରେକର୍ଡ ଭାଙ୍ଗି ୧୨୬୯ ଟମାଟୋ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ଗତ ଚାରିବର୍ଷ ଧରି ସେ ପ୍ରତିଦିନ ନିଜ ବଗିଚାରେ ସମୟ ବିତାଉଛନ୍ତି। ସେ ଇଚ୍ଛା କରୁଥିଲେ ଯେ ଏହା ଦୁନିଆର ସର୍ବୋତ୍ତମ ବଗିଚା ବୋଲି କୁହାଯାଉ । ଉଲ୍ଲେଖଯୋଗ୍ୟ ଯେ ଟମାଟୋ ରେକର୍ଡ କରିବା ପାଇଁ ସ୍ମିଥ୍ ଅନେକ ବୈଜ୍ଞାନିକ କାଗଜ ପତ୍ର ପଢିଥିଲେ। ଏହା ବ୍ୟତୀତ, ମାଟିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିଲେ । ଏତେ ସବୁ ପରିଶ୍ରମ ପରେ, ଯେତେବେଳେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ରେକର୍ଡ ହେଲା, ସେତେବେଳେ ସେ ବହୁତ୍ ଖୁସି ହୋଇଥିଲେ।