ଗୁଡ଼ି ସୂତାରେ କଟିଲା ବେକ । ମକର ସଂକ୍ରାନ୍ତି ପୂର୍ବରୁ କଟକରେ ଘଟିଛି ଅଘଟଣ
କଟକ ବୟାଳିସ ମୌଜା ଅଞ୍ଚଳରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମହିଳାଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁରୁଷଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଆଗାମୀ ମକର ସଂକ୍ରାନ୍ତି ପାଇଁ ପ୍ରତ୍ୟେକ ଦିନ ଶହ ଶହ ଗୁଡ଼ି ମାଞ୍ଜା ଲାଗିଥିବା ବ୍ୟବହାର କରାଯାଉଛି। ସ୍ଥାନୀୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଇଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଆହତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
