ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ । ଦାୟିତ୍ୱ ଗ୍ରହଣ ପରେ ଗୃହ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ । ରାଜ୍ୟରେ ପ୍ରତ୍ୟେକ ଜନ ସାଧାରଣ କେମିତି ନିରାପଦ ଏବଂ ସୁରକ୍ଷିତ ମନେ କରିବେ, ତାହା ହିଁ ମୋ ପ୍ରାଥମିକତା ହେବ । ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । ଥାନା ଏବଂ ଫାଣ୍ଡିରେ ଭିତ୍ତିଭୂମି ଉନ୍ନତି, ଖାଲିଥିବା ପଦବୀ ପୂରଣ ସହ ପୋଲିସଙ୍କୁ ଗ୍ରାସ୍ ରୁଟ୍ ସ୍ତରରେ ମଜଭୂତ କରାଯିବ ।ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଶାନ୍ତି ଓ ଶୃଙ୍ଖଳାକୁ ଦିଆଯିବ । ଲୋକଙ୍କୁ ସୁରକ୍ଷା ଦେବା ଆମର ଲକ୍ଷ୍ୟ ।ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ ।ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।