ଘରୋଇ ଟିଭି ଚ୍ୟାନେଲଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣାରେ କେନ୍ଦ୍ର ସରକାର ଗଣାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କିମ୍ବା ପ୍ରୋତ୍ସାହନ କଲା ଭଳି କୌଣସି ବିଷୟବସ୍ତ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ବିସ୍ଫୋରକ ପ୍ରସ୍ତୁତି ନେଇ ମଧ୍ୟ ସୂଚନା/ଭିଡିଓ ପ୍ରସାରଣ ପାଇଁ ବାରଣ କରାଯାଇଛି ।

ଖବର ପ୍ରସାରଣ ବେଳେ ଜାତୀୟ ନିରାପତ୍ତା ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏପରି ବିଷୟବସ୍ତୁ ହିଂସାକୁ ଉସୁକାଇବାର ଆଶଙ୍କା ଥିବା ବେଳେ ଆଇନ ଶୃଙ୍ଖଳା ତଥା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି । ସେହିପରି ଖବର ସଂଗ୍ରହ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ଅପିଲ କରାଯାଇଛି । କେବୁଲ ଟିଭି ନେଟୱାର୍କ ଆକ୍ଟ, ୧୯୯୫ ଅନୁଯାୟୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ସଂହିତାକୁ କଠୋର ଭାବରେ ପାଳନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।