ଘରୋଇ ହସ୍ପିଟାଲରେ ଯୌନ ନିର୍ଯାତନା!

ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ରାଜଧାନୀର ମୈତ୍ରି ବିହାର ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଲ୍ୟାବ ଟେକ୍ନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୁଦ୍ଧରେ ସାଙ୍ଘାତିର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡିତାଙ୍କର କହିବା ମୁତାବକ କିଛି ଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସଂପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣକ ପ୍ରତିକ୍ରିୟାଶୀଳ ହେବ ସହିତ ଦୁବ୍ୟବହାର ଏବଂ ଅସଦାଚରଣ କରିଥିଲେ । ଏହା ସହିତ ତାଙ୍କର କିଛି ଆପତ୍ତିଜନକ ଭିଡିଓ ସୁଟ କରି ଭାଇରାଲ କରି ଧମକ ଦେଇଥିବା ପୀଡିତା ଅଭିଯୋଗ ବି କରିଛନ୍ତି । ଏନେଇ ହସ୍ପିଟାଲର ଏଚଆର ଡିପାର୍ଟମେଣ୍ଟର ଅଭିଯୋଗ କରିଥିଲେ ପୀଡିତା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଗ୍ରହଣ କରିନଥିବା ସେ କ୍ଷୋଭର ସହ କହିଛନ୍ତି । ଏଭଳିକି ଲ୍ୟାବ ଆସିଷ୍ଟାଣ୍ଟ ବିରୁଦ୍ଧରେ ଅଭିଯୋଗ ଆଣିଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛି ମାନେଜମେଣ୍ଟ ବୋଲି ସେ ଅଭିଯୋଗ କରିଛନ୍ତି । ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା । ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ତେବେ ହସ୍ପିଟାଲର ଇଣ୍ଟରନାଲ କମିଟି ଘଟଣାର ତଦନ୍ତ କରିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।