ଘୁଞ୍ଚିଲା ଯୁକ୍ତ ଦୁଇ ରେଗୁଲାର ଓ ଏକ୍ସ ରେଗୁରାଲ ଫର୍ମପୂରଣ ତାରିଖ
୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ। ଏହି ସମୟରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ନେଇ ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। । ବିନା ଜରିମାନାରେ ଫର୍ମପୂରଣ ଅବଧି ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨ ଶହ ଟଙ୍କା ଜରିମାନାରେ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ବଢିଲା। ୬ ଶହ ଟଙ୍କା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୯ରୁ ୨୧କୁ ବୃଦ୍ଧି କରାଯାଇଛି।ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ଅକ୍ଟୋବର ୨୮ ରହିଥିଲା। ବାତ୍ୟା ମୋନ୍ଥା ଯୋଗୁ ଅଧିକାଂଶ କଲେଜରେ ଫର୍ମପୂରଣ ହୋଇପାରି ନାହିଁ। ସେଥିପାଇଁ ସିଏଚଏସଇ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
