ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
ଚନ୍ଦାହାଣ୍ଡି- ତା 25.09 (ନି:ପ୍ର)ଓଡ଼ିଶା ସରକାର ଙ୍କ ଦ୍ୱାରା ମା ମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଲକ୍ଷରେ ଆଜି ସମଗ୍ର ଓଡିଶାରେ ସୁସ୍ଥନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଚନ୍ଦାହାଣ୍ଡି ଜୋନ 1ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ,ଚନ୍ଦାହାଣ୍ଡି ସରପଞ୍ଚ ଗାଙ୍ଗେଶ୍ୱରୀ ପୂଜାରୀ, ଗୋବିନ୍ଦ ଜୈନ, ଅକାଳୁ ଜାଲି, ବସନ୍ତ କୁମାର ମାଝୀ, ମୋହନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚଇନୁ ଗଣ୍ଡ, ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସୁଦର୍ଶନୀ ରଥ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍ତ୍ରୀଓପ୍ରସୂତୀ ରୋଗ ବିଶେଷଜ୍ଞ, ଆଖି,ନାକ,ଗଳା ବିଶେଷଜ୍ଞ,ଦାନ୍ତ ରୋଗ ବିଶେଷଜ୍ଞ ମାନେ ଉପସ୍ଥିତ ରହି ମହିଳା ଓ ଅନ୍ୟାନ୍ୟ ରୋଗୀଙ୍କ ଚିକିତ୍ସା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ରୋଗୀଙ୍କୁ ସହଯୋଗ କରିଥିଲେ l ଚିକିତ୍ସା ହେବା ପାଇଁ ଅଞ୍ଚଳରୁ ଶହ ଶହ ମହିଳା ଓ ଅନ୍ୟାନ୍ୟ ରୋଗୀ ମାନେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଚିକତ୍ସିତ ହୋଇଥିବା ଦେଖିବାକୁ ମିଳିଥିଲା l ସୁସ୍ଥନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ମନୀଷ କୁମାର ପୁରୋହିତ, ଡାକ୍ତର ତସମୀ ପ୍ରିୟଦର୍ଶିନୀ,ଜନସ୍ୱାସ୍ଥ୍ୟ ଅଧିକାରୀ, ପ୍ରଦୀପ କୁମାର ପତି, ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ, ସ୍ୱାସ୍ଥ୍ୟକର୍ମୀ ମାନସ କୁମାର ସାହୁ, ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ l
