ଚାଲିଛି ପୁଣ୍ୟର ମାସ କାର୍ତ୍ତିକ, ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ
ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ରାତ୍ର ୪ଟା ରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟାଯାଇଥିଲା। କିଭଳି ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଛି।
