ଚଳିତବର୍ଷ କଟକ ବାଲିଯାତ୍ରାରେ ସଙ୍ଗୀତମୟ ପ୍ରଦର୍ଶନୀରେ ଦର୍ଶକମାନେ ଝୁମିବେ
ଚଳିତବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ । ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ । ଏହା ବ୍ୟତୀତ ଓଲିଉଡରେ ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ । ବାଲିଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦେଇଛି। ଜିଲାପାଳଙ୍କ ସୂଚନା ଅନୁସାରେ, ୪ଟି ପ୍ରବେଶ ପଥ, ୯ଟି ପ୍ରସ୍ଥାନ ପଥ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ୬ଟି ଅତିରିକ୍ତ ଗେଟ୍ ବ୍ୟବସ୍ଥା ରହିବ। ଏହାସହ କଟକ ଇନ୍ କଟକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଥିମ ଭାବେ ପ୍ରୋତ୍ସାହିତ କରାଯିବ, ଯାହା ଏହି ଐତିହାସିକ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ।
