ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ

ଚାଷୀଙ୍କ ପାଇଁ ଖୁସି ଖବର ।ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଗ୍ରେଡ- ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିଲେ କେନ୍ଦ୍ର ସରକାର ।ଏଣିକି ୩୧ଶହ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର ।