ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ
ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସାଙ୍ଗରେ ଅଛନ୍ତି ଭାଇ। ଏଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାନପୁର ପଞ୍ଚାୟତିରାଜ ହାଇସ୍କୁଲର। ଯେଉଁଠି ମାଟ୍ରିକ ପରୀକ୍ଷା ଦେଉଛନ୍ତି ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ୧୦ମ ଶ୍ରେଣୀର ଛାତ୍ରୀ । ନାଁ ତାଙ୍କର ସୁମିତା ନାୟକ। ସେ ମହୁଲପାଳ ଗ୍ରାମ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କ ଉଚ୍ଚତା ଦେଢ଼ ଫୁଟ୍ ଭିତରେ। ସୁନିତାଙ୍କ ଘର କାମାକ୍ଷାନଗର ବ୍ଲକ ସାରୁଆଳି ଗାଁରେ। ସେ ଜଣେ ଭିନ୍ନକ୍ଷମ । ସେ ନା କହିପାରନ୍ତି ନା ଶୁଣି ପାରନ୍ତି । ସେ ଯାହା ସଂଙ୍କେତ ଦେଉଛନ୍ତି ତାଙ୍କୁ ପରୀକ୍ଷା ଖାତାରେ ଲେଖୁଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇ । ମାଆ ସଞ୍ଜୁ ନାଏକ ତାଙ୍କୁ ପୂରା ସହଯୋଗ କରୁଛନ୍ତି । ଆଜକୁ ୧୦ ବର୍ଷ ତଳେ ବାପା ବିଷ୍ଣୁ ନାଏକଙ୍କର ମୃତ୍ୟୁ ହୋଇଥିଲା । ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ।ଏଥର ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଦେଉଛନ୍ତି ପରୀକ୍ଷା । ସୁମିତାଙ୍କ ପରି ୩ ହଜାର ୯ ଶହ ୯୯ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଛନ୍ତି। ହାତ ଗଣତି ପିଲାଙ୍କୁ ଛାଡିଦେଲେ ଅବଶିଷ୍ଟ ସମସ୍ତେ ଏଥର ପରୀକ୍ଷାରେ ହୋଇଛନ୍ତି ସାମିଲ । ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାନେ ଯେଉଁ ଆଗ୍ରହର ସହିତ ପରୀକ୍ଷା ଦେଉଛନ୍ତି ତାହା ହୁଏତ ସମସ୍ତଙ୍କ ଲାଗି ଏକ ଉଦାହରଣ।
