ଚାଇନା ଫୋନ ଏତେ ଶସ୍ତା ଓ ସୁନ୍ଦର କଣ ପାଇଁ ?

ଚାଇନା କୁ ଗୋଟିଏ ମୋବାଇଲ ବନେଇବା ପାଇଁ କେତେ ପଇସା ଲାଗିଥାଏ । ଯଦି ଜନସଂଖ୍ୟାର ହିସାବ କରିବା ପାଖାପାଖି ଭାରତରେ ୭୦ ପ୍ରତିଶତ ଲୋକ ଚାଇନାର ମୋବାଇଲ ବ୍ୟବହାର କରୁଛନ୍ତି ।ଯେବେ ମୋବାଇଲ କିଣିବାର ସମୟ ଆସେ ଆମେ ସୋରୁମରେ ସର୍ବ ପ୍ରଥମେ ସାଓମି, ରିଏଲମି, ଓପୋ, ଭିବୋ ଭଳି ବ୍ରାଣ୍ଡକୁ ଖୋଜିଥାଉ । ଆପୋଲ ଓ ସାମସଙ୍ଗ ଭଳି ଫୋନ କିଣିବା ପାଇଁ ପକେଟରେ ପଇସା ନ ଥାଏ ।ଏହି କାରଣ ଲାଗି ଲୋକମାନେ ସେହି ଶସ୍ତା ଫୋନ କିଣିବା ପାଇଁ ବହୁତ ଇଛୁକ ଥାନ୍ତି । ଯେବେଠୁ ମୋଦିଜି ଆତ୍ମନିର୍ଭରଶୀଳର କଥା କହିଛନ୍ତି, ଚାଇନା ଲଗାତର ଆମ ଦେଶରେ ଆକ୍ରମଣ କରିଚାଲିଛି । କାରଣ ୨୦୧୪ ରେ ଚାଇନାର ମୋବାଇଲ ଫୋନ ଭାରତରେ ଆସିଥିଲା, କିନ୍ତୁ ଏହା ପୂର୍ବରୁବି ଚାଇନର ମୋବାଇଲ ଭାରତରେ ବ୍ୟବହାର କରୁଥିଲେ କିନ୍ତୁ ଯେବେଠୁ ଆଣ୍ଡ୍ରୋଏଡ ଓ ସ୍ମାର୍ଟ ଫୋନ ଆସିଲା ସେବେଠୁ ଚାଇନିଜ ଫୋନ ଭାରତରେ ଆସିଲା । ସେବେଠୁ ମାଇକ୍ରୋମ୍ୟାକ୍ସ, ଆଇବଲ, କର୍ବୂନ ଭଳି କମ୍ପାନୀକୁ ବାହାର କରିଦେଲେ । ତାର ଶସ୍ତା ଫୋନ ଯୋଗୁଁ..ଚାଇନା ଭଲଭାବେ ଜାଣିଛି ଦୁନିଆରେ କମ ପାୟସରେ ଭଲ ଜିନିଷ କିଣିବାକୁ ଚେଷ୍ଟା କରେ । କାହିଁକି ନ କିଛି ସ୍ମାର୍ଟ ଫୋନ ମାର୍କେଟ କୁ ଅଣାଯାଉ, ଓ କମ ପାଇସାରେ ଭଲ ଫିଚର ଦିଆଯାଉ । ସେଇ ଜିନିଷ ଚାଇନା କରିଛି । ଆପଣ ଜାଣିଥିବେ ଯଦି କେଉଁ ଜିନିଷ ଅଧିକ ତିଆରି ହୁଏ ତାର ଦାମ କମ ହୋଇଥାଏ । ଏହି ପ୍ଳାନ ଚାଇନା ତା ଜିନିଷ ଟିଆରୀରେ ଲଗେଇଥାଏ । ସେ ବହୁତ ବଡ ଆକାରରେ ଜିନିଷ ବନେଇ ବହୁତ ଜୋରସୋରରେ ତାର ମାର୍କେଟିଂଗ କରିଥାଏ ।

ଯେତେବେଳେ ଜିନିଷ ବିକ୍ରି ହୋଇଯାଏ ସେତେ ବେଳେ ଜିନିଷର ଦାମ ବଢାଇ ଦିଏ, ଓ ତାର ଫାଇଦାର ଲାଭବି ଉଠେଇଥାଏ । ସମୟଥିଲା ସାଓମୀ ଫୋନ ୬ ହଜାର ଟଙ୍କାରେ ମିଳିଯାଉଥିଲା, ଆଜି ତାର ମୂଲ୍ୟ ୨୨ ହଜାରରେ ପହଞ୍ଚି ଗଲାଣି । ପ୍ରଥମେ ଯେତେବେଳେ ଚାଇନିଜ କମ୍ପାନୀ ଆମ ଦେଶକୁ ଆସିଥିଲା ବହୁତ ଶସ୍ତାରେ ମୋବାଇଲ ଫୋନ ବିକ୍ରି କରିବା ଆରମ୍ଭ କରିଥିଲା । ଭିବୋ,ଓପୋ, ରିଏଲମି ଯେଉଁ କମ୍ପାନୀ ଅଛି ଏଠାରେ ଖାଲି ନାଁ ହିଁ ଅଲଗା ଅଛି କିନ୍ତୁ ଏହାକୁ ତିଆରି କରିବା ବାଲା ଜଣେ ଅଟେ । ଲୋକମାନଙ୍କ ସହିତ ଖେଳିବା ପାଇଁ ନିଜର କେତକ ବ୍ରାଣ୍ଡ ବନେଇବା ଆରମ୍ଭ କରିସାରିଲେଣି ।କିନ୍ତୁ ଆମ ଦେଶରେ କେବଳ ଆସେମ୍ବୀଲିଙ୍ଗ କରାଯାଏ । ବାହାର ଦେଶରୁ ମଗେଇ ଆମଦେଶରେ ଆସେବ୍ଲୀଙ୍ଗ କରି ମୋବାଇଲ ବିକ୍ରି କରାଯାଉଛି । ଆପେଲ ଫୋନ ଆମଦେଶରେ ବନିବା ସହିତ ଆସେବ୍ଲିଙ୍ଗ ହେଉଛି ମଧ୍ୟ । ଆପେଲ କମ୍ପାନୀ ଚାଇନାରୁ ହଟେଇ ଇଣ୍ଡିଆକୁ ଶିଫ୍ଟ କରିଛି ଏବେ ଇଣ୍ଡିଆକୁ ବହୁତ ଲାଭମିଳିବ ।