ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ: ମୁଖ୍ୟମନ୍ତ୍ରୀ ମୋହନ ମାଝି
ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ। ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ତେବେ କେତେ ଦିନ ବଢ଼ିବ ଖୁବ ଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି। ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଅନ୍ୟପଟେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଜୁଲାଇ ୧୯ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୫ ତାରିଖରେ ଏହା ଶେଷ ହୋଇଛି। ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ ହେବ।
