ଚିଲିକାରେ ଘୂର୍ଣ୍ଣିବାତ୍ୟା

ଶୁକ୍ରବାର ଅପରାହ୍ଣରେ ଚିଲିକାରେ ଏକ ବିରାଟକାୟ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପଜନିତ ବର୍ଷାରେ ଚିଲିକାରେ ପ୍ରବଳ ଲହଡ଼ି ମାରିବା ସହ ଚିଲିକା ଅଶାନ୍ତ ହୋଇପଡିଥିଲା। ଶୁକ୍ରବାର ଅପରାହ୍ଣରେ ପ୍ରବଳ ପବନ ସାଙ୍ଗକୁ ଚିଲିକା ଅଧିଷ୍ଠାତ୍ରୀ ମାଆ କାଳିଜାଇଙ୍କ ପୀଠର ଦକ୍ଷିଣ ପଶ୍ଚିମ ଦିଗରେ ଏକ ବିରାଟକାୟ ଘୁର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା।ଏହା ହାତୀ ଶୁଣ୍ଢ ପରି ଦେଖା ଯାଉଥିଲା । ଏହି ସମୟରେ ଚିଲିକା ମଧ୍ୟରେ ଥିବା ନାଉରିଆ ଓ ମାଆ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ଟର୍ଣ୍ଣାଡୋ ଦୃଶ୍ୟକୁ ପର୍ଯ୍ୟଟକମାନେ ମୋବାଇଲ ଫୋନରେ କଏଦ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।