ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ ।
ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ। ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ।ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।
