ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଲେ

୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା। ମୁମ୍ବାଇରେ ଥିବା ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ବିଜେତା ପୋଲାଣ୍ଡର ମିସ୍ ୱାର୍ଲ୍ଡ ୨୦୨୨ କରୋଲିନା ବିଏଲାଭସ୍କା ଚଳିତ ବର୍ଷର ବିଜେଡ କ୍ରିଷ୍ଟାଇନାଙ୍କୁ ମୁକୁଟ ପିନ୍ଧାଇଥିଲେ। ଲେବାନନ୍ ସୁନ୍ଦରୀ ୟଶମିନା ଜେଟୁନ୍ ପ୍ରଥମ ରନର୍ସ ଅପ୍ ପୁରସ୍କାର ବିଜୟୀ ହୋଇଥିବାବେଳେ ୨୨ ବର୍ଷୀୟା ଭାରତୀୟ ସୁନ୍ଦରୀ ମୁମ୍ବାଇର ସିନ୍ନି ସେଟ୍ଟୀ ଶେଷ ୮ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ମଧ୍ୟ ଶୀର୍ଷ ୪ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇପାରିନଥିଲେ।

ପୂର୍ବରୁ ଭାରତ ୬ଥର ଏହି ପ୍ରତିଯୋଗୀତାରେ ବିଜୟୀ ହୋଇଛି। ଚଳିତବର୍ଷର ବିଜୟିନୀ ୨୫ ବର୍ଷୀୟା ପିସ୍‌କୋଭା ସମ୍ପ୍ରତି ମଡେଲିଂ ସହିତ ଆଇନ୍ ଓ ବ୍ୟବସାୟ ଉପରେ ଅଧ୍ୟୟନ କରୁଛନ୍ତି। ଏଥିସହିତ ସେ କ୍ରିଷ୍ଟିନା ପିସଲୋ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି। ଦୀର୍ଘ ୨୮ ବର୍ଷ ବ୍ୟବଧାନରେ ଭାରତ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀତା ଆୟୋଜନ କରିଥିଲା।