ଚୌଦ୍ବାରରେ ଚାଞ୍ଚଲ୍ୟକର ଘଟଣା। ବିରୂପା ନଦୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ
ଚୌଦ୍ବାରରେ ଚାଞ୍ଚଲ୍ୟକର ଘଟଣା। ବିରୂପା ନଦୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ। ମୃତକ ହେଲେ ଚୌଦ୍ବାର ମଣ୍ଡାପଡ଼ା ଗାଁର ଦେବାଶିଷ ଓ ଶୁଭାଶିଷ ସାହୁ। ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଆଜି ତାଙ୍କ ମୃତ୍ୟୁ ଦେହ ବ୍ୟରେଜ ନିକଟରେ ଭାସୁ ଥିବାର ଦେଖି ମତ୍ସ୍ୟଜୀବୀ ମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ଅଗ୍ନିଶମ ସହାୟତା ରେ ଦୁଇ ମୃତ୍ୟୁ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଭାଇ ଏହିଭଳି ଚରମ ନିଷ୍ପତି କାହିଁକି ନେଲେ ତାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
