ଚୌଦ୍ବାର ମହାବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ
କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚୌଦ୍ବାର ମହାବିଦ୍ୟାଳୟ ରେ “ଓଡିଆ ପକ୍ଷ ” ପକ୍ଷରୁ ଉତ୍କଳ ଦିବସ ର ପାଳନ ଅବସରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।। ଓଡିଶା ସରକାରଙ୍କ ଉତ୍କଳ ଦିବସ ପାଳନ ସହିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।। ” ଓଡିଆ ପକ୍ଷ ” ଉପଲକ୍ଷେ ଉତ୍କଳ ଦିବସ ପାଳନ ,ଆମେ ଓଡିଆ, ଆମ ଅନୁଚିନ୍ତା , ଗଳ୍ପ ଓ କବିତା ଲେଖା ପ୍ରତିଯୋଗିତା, ପ୍ରବନ୍ଧ ଲେଖା ପ୍ରତିଯୋଗିତା, ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ଲୋକ ଶିଳ୍ପୀ ମାନଙ୍କୁ ସମ୍ମାନ, ଆସ ବହିଟିଏ କିଣିବା ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।। ଚୌଦ୍ବାର ମହାବିଦ୍ୟାଳୟ ଓଡିଆର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଙ୍କ ସଂଯୋଜନା ଓ ଚୌଦ୍ବାର ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ରାଉତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ପ୍ରତିଭା ସିଦ୍ଧେଶ୍ବର ପରିଡା , ସମ୍ମାନୀତ ଅତିଥି ଭାବେ କବି ଅଶୋକ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ଭାବଗତ ରାଉତ, ଡଃ. ପ୍ରଦୀପ ନନ୍ଦ , ବରିଷ୍ଠ କବି ବୈଦ୍ୟନାଥ ଖିଲାର , ଶିକ୍ଷାବିତ ପଣ୍ଡିତ ରମାନାଥ ଆଚାର୍ଯ୍ୟ, ସାମ୍ବାଦିକ ଯୁବକବି ଅକ୍ଷୟ ଫଗୁଣ, ଅଧ୍ୟାପିକା ସଙ୍ଗୀତା ମହାପାତ୍ର, ଅଧ୍ୟାପକ ପ୍ରଭାକର ମିଶ୍ର, ଅଧ୍ୟାପକ ସୁମନ୍ତ ସାହୁ ,

କବି ନୀରଞନ ବେହେରା , ସାମ୍ବାଦିକ ବିଶ୍ବଜିତ୍ ଭଞ , ସାମ୍ବାଦିକ ଆଶୁତୋଷ ଦାସ , ସାମ୍ବାଦିକ ପ୍ରାର୍ଥସାରଥୀ ଙ୍କ ସମେତ ଚୌଦ୍ବାର ମହାବିଦ୍ୟାଳୟ ର ବହୁ ଅଧ୍ୟାପକ , ଅଧ୍ୟାପିକା ଶତାଧିକ ଛାତ୍ରଛାତ୍ରୀ ବହୁ କବି ,ଲେଖକ, ସାହିତ୍ୟିକ , ସାମ୍ବାଦିକ ବନ୍ଧୁ ଏବଂ ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି , ଐତିହ୍ୟ ଓ ପରମ୍ପରା ତଥା ଓଡିଆ ଅସ୍ମିତାକୁ ଭଲପାଉଥିବା ଚୌଦ୍ବାର କଳିଙ୍ଗର ବିଳ୍ପବ ମାଟିର ସ୍ବାଭିମାନୀ ସାହିତ୍ୟ ଓଡିଆ ଅସ୍ମିତା ପ୍ରେମୀ, ଭାଷା ପ୍ରେମୀ ଏବଂ ଓଡିଆ ସଂଗୀତ ପ୍ରେମୀମାନେ ଯୋଗ ଦାନ କରି ଉତ୍କଳ ଦିବସ ର ମହୋତ୍ସବକୁ ସଫଳ କରିଥିଲେ ।।
