ଚୌଦ୍ଵାର ଟାଙ୍ଗୀ ଛକରେ ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ୧୪ ଯାତ୍ରୀ ଆହତ
ଟ୍ରଲରକୁ ଧକ୍କା ଦେଲା ଆମ ବସ୍ । ୧୪ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।
