ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର
ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୋଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା । ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୈଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି ।
