ଚୌଦ୍ୱାର ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ; ଏସିପିଙ୍କ ସମେତ 3 ନିଲମ୍ବିତ

କଟକ ଚୌଦ୍ବାର ଥାନା ପରିସରରେ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚୌଦ୍ବାର ଥାନା ଦାୟିତ୍ବରେ ଥିବା ଏସିପି ବିଶ୍ବ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ସବ୍‌ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି । ।ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ଥାନାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା ।

ଗତକାଲି ରାତିରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲା ଚୌଦ୍ବାର ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ଏକ ବାଇକ୍ ଚୋରି ମାମଲାରେ ଅଟକ ରଖିଥିଲା ପୋଲିସ ।ରସାନନ୍ଦଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତେବେ ହତ୍ୟା ନା ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।