ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବନବିଭାଗ ତରଫରୁ ବିଶ୍ୱ ହସ୍ତୀ ଦିବସ ପାଳିତ
ଗଣିଆ, ( ବିଶ୍ୱରଂଜନ ସେଠି)) ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସାତକୋଷିଆ ବ୍ୟାଘ୍ର ସଂରକ୍ଷଣାଂଚଳ ତରଫରୁ ମଙ୍ଗଳବାର ମୁଦୁଲିଗାଡ଼ିଆ ଗ୍ରାମରେ ବିଶ୍ୱହସ୍ତୀ ଦିବସ ପାଳିତ ହୋଇଯାଇଛି । ଛାମୁଣ୍ଡିଆ ବନାଂଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଥିବାବେଳେ ମୁଖ୍ୟ ଅତିôତଭାବେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ନୟାଗଡ଼ ଅଧିକାରୀ ଅମରେଶ ନାଥ ପ୍ରଧାନ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସହକାରୀ ବନ ସଂରକ୍ଷକ ଦେବୀପ୍ରସାଦ ରାଉତ ଯୋଗଦେଇ ହସ୍ତୀ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ପ୍ଳାକାର୍ଡ଼ ଧରି ହାତୀମାନଙ୍କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ସ୍ଳୋଗାନ ଦେଇଥିଲେ । ଅନ୍ୟ ବନ୍ୟଜନ୍ତୁ ମାନଙ୍କ ତୁଳନାରେ ହାତୀମାନଙ୍କର ବଂଶ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି । ଜଙ୍ଗଲ ଅବକ୍ଷୟ, ଖଣିଖାଦାନ, ଶିଳ୍ପକାରଖାନା, ହାତୀ କରିଡ଼ର ଅଂଚଳରେ ବିଦ୍ୟୁତ ସଂଯୋଗ, ହାତୀଦାନ୍ତ ଶୀକାର ଓ ହାତୀମାନଙ୍କର ବାସସ୍ଥଳୀ ଅଭାବରୁ ହାତୀମାନଙ୍କ ବଂଶ ହ୍ରାସପାଇବାରେ ଲାଗିଛି ।

ଏପରି ଅନେକ କାରଣ ଯୋଗୁ ହାତୀମାନେ ଜଙ୍ଗଲରେ ନରହି ଗାଁ ଓ ସହରାଚଂଳ ଆଡ଼କୁ ପଶିଆସିବ ସହିଂତ ଜନବସତି କ୍ଷୟକ୍ଷତି କରୁଛନ୍ତି । ଫଳରେ ହାତୀ ଓ ମଣିଷ ଲଢେଇ ଦ୍ୱାରା ହାତୀମାନଙ୍କର ମୁୃତ୍ୟୁ ହେଉଛି । ହାତୀମାନଙ୍କର ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ୨୦୧୨ ମସିହାଠାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ବନାଚଂଳର ବନପାଳ ଗାୟତ୍ରୀ ପରିଡ଼ା, ବଡ଼ମୂଳ ବନପାଳ କାଳନ୍ଦୀ ସାଥୁଆ, ପୁରୁଣାପାଣି ବନପାଳ ସଂଜୟ ରାଉତଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଗଜସାଥି, ସ୍କ୍ୱାର୍ଡ଼, ସମସ୍ତ କର୍ମଚାରୀମାନଙ୍କ ସମେତ ମୁଦୁଲିଗାଡ଼ିଆ ଗ୍ରାମର ଗ୍ରାମବାସୀ ଓ ସାକୋଷିଆ ସ୍ୟାର୍ଡ ରିସର୍ଟ କର୍ମଚାରୀମାନେ ଯୋଗ ଦେଇଥିଲେ ।
