ଛୋଟ ପିଲାମାନଙ୍କୁ କୃମି ଦୋଷ କାହିଁକି ହେଇଥାଏ ?

ସାଧାରଣତଃ ଛୋଟ ପିଲା ମାନଙ୍କ କୃମି ଦୋଷ ରହିଥାଏ । ଅନେକ ସମୟ ରେ ପିଲା ମାନଙ୍କ ମଳଦ୍ୱାର କୁଣ୍ଡେଇ ହୋଇଥାଏ। ଏମିତି ହେଲେ ପିଲାଙ୍କୁ ଖାଇବାକୁ ଇଚ୍ଛା କମିଯାଏ ,ଖାଇବାକୁ ଅମଙ୍ଗ ହୁଅନ୍ତି। ପେଟ ଫୁଲିଯାଏ ପାଠ ପଢିବାକୁ ଇଚ୍ଛା ହୁଏ ନାହିଁ । ଏହି ସମୟ ରେ ସେମାନଙ୍କ ମଳରୁ ଛୋଟ ଛୋଟ କୃମି ଦେଖିବାକୁ ମିଳେ । । ଯଦି ଆପଣଙ୍କ ପିଲାର କୃମି ହୋଇଛି ଏବଂ ରାତି ସମୟ ରେ ସେମାନେ ମଳଦ୍ୱାର କୁଣ୍ଡେଇ ହେଉଛି । ତା ପେଟ ଫୁଲିଜାଉଛନ୍ତି ଏବଂ ଖାଇବାକୁ ଇଚ୍ଛା ହେଉ ନାହିଁ । ସେହି ସମୟ ରେ ନାଳଝାଡା ମଧ୍ୟ ହୋଇପାରେ । ଯଦି ଏମିତି ଲକ୍ଷଣ ରହିଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

ଯଦି କୃମି ଦୋଷ ବାହାରୁଛି ତେବେ ବହୁତ ଜଲ୍ଦି ଏହାର ଚିକିତ୍ସା କରନ୍ତୁ । ଖୋଲା ପଡ଼ିଆରେ ମଳ ତ୍ୟାଗ କରିବା ଦ୍ୱାରା ଦୁଇରୁ ତିନି ସପ୍ତାହ ପରେ ସେଥିରୁ ଲାଭା ବାହାରିଥାଏ । ଓ ଏହି ଲାଭା ବହୁତ ବାଟରେ ଛୁଆଙ୍କ ଦେହକୁ ଯାଇଥାଏ । ଯଦି ସେହି ସ୍ଥାନରେ ପିଲା ଦୌଡାଦୌଡ଼ି କରୁଛି ତେବେ ସ୍କିନ ବାଟେ ଏହି ଲାଭା ଶରୀରକୁ ଯାଇଥାଏ । ପ୍ରାୟ ପିଲା ମାଟି ରେ ଖେଳିବାକୁ ଭଲ ପାଇଥାନ୍ତି । ମାଟିରେ ଖେଳିବା ପରେ ପାଟି ରେ ହାତ ମାରିଥାନ୍ତି । ତେବେ ପାଟି ବାଟେ ଲାଭା ପେଟକୁ ଯାଇଥାଏ । ଏହି ଲାଭା ଗୁଡ଼ିକ ଏତେ ଛୋଟ ଯେ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ । ଫଳ ପରିବା ନ ଧୋଇ ସେବନ କଲେ ମଧ୍ୟ ସେହି ଫଳ ଉପରେ ଲାଗିଥିବା ଲାଭା ପେଟକୁ ଯାଇଥାଏ ।